Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରମିଳା ମଲ୍ଲିକ ହେଲେ ପିଏସି କମିଟି ଅଧ୍ୟକ୍ଷ

    Share on :
    ajab-Image
    Date: Jun 26, 2026    Views: 3003

    ଭୁବନେଶ୍ୱର: ବାଚସ୍ପତି ଗଠନ ଗଲେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ସହ ଅନ୍ୟାନ୍ୟ ୩୫ରୁ ଅଧିକ କମିଟି। ପିଏସି କମିଟି ଅଧ୍ୟକ୍ଷ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ରାମଚନ୍ଦ୍ର କାଡାମ, ଅରୁଣ ସାହୁ. ଗଣେଶ୍ୱର ବେହେରା, ସନାତନ ବିଜୁଳିଙ୍କ ଭଳି ୧୧ବିଧାୟକ ସଦସ୍ୟ ରହିଛନ୍ତି।

    ପ୍ରିଭିଲେଜ କମିଟିର ଅଧ୍ୟକ୍ଷ ଜୟନାରାୟଣ ମିଶ୍ର ରହିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ସଦସ୍ୟ ଅଛନ୍ତି। 

    ସେହିଭଳି ୧୦ଟି ଷ୍ଟାଣ୍ଡିଂ କମିଟି ଘୋଷଣା କରିଛନ୍ତି ବାଚସ୍ପତି। ଷ୍ଟାଣ୍ଡିଂ କମିଟି ୧ର ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ର, ୨ର ଅଧ୍ୟକ୍ଷ ସନ୍ତୋଷ ଖଟୁଆ, ୩ ର ବାବୁ ସିଂ, ୫ର ବିଭୁତି ପ୍ରଧାନ, ୬ର ରାମଚନ୍ଦ୍ର କାଡାମ, ୯ର ସନାତନ ବିଜୁଳି ଏବଂ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁନର୍ବାର ୨୦୨୬-୨୭ ବର୍ଷ ପାଇଁ ଷ୍ଟାଣ୍ଡିଂ କମିଟି ୧୦ର ଅଧକ୍ଷ ଭାବେ ଚୟନ କରାଯାଇଛି। ଲାଇବ୍ରେରୀ କମିଟିର ଅଧକ୍ଷ ଭାବେ ଆକାଶ ଦାସ ନାୟକ ଚୟନ ହୋଇଥିବା ବେଳେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ୧୧ ନିଲମ୍ବିତ ବିଧାୟକ।  

    Maximum 500 characters

    ରାଜନୀତି View all

    Find Us on Facebook