Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାଲିଠୁ ଶୀତ ଅଧିବେଶନ :ଯେଉଁମାନଙ୍କ ଦେହ ଅସୁସ୍ଥ ଅନୁମତି ନେଇ ବସିକି କହିପାରିବେ

    Share on :
    ajab-Image
    Date: Nov 20, 2023    Views: 3038

    ଭୁବନେଶ୍ୱର:  ଆସନ୍ତାକାଲିଠୁ ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍‌‌ ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖ ଯାଏଁ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ ୩୦ଟି କାର୍ୟ୍ୟ ଦିବସ ରହିଛି। ବିଧାନସଭା ଶୀତ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବାରୁ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ସେ ନେଇ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏନେଇ ସୂଚନା ଦେଇ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି ସର୍ବଦଳୀୟ ବୈଠକରେ ଗୃହ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା ହେଲା। ମହେଶ୍ୱର ମହାନ୍ତିଙ୍କ ପାଇଁ ଶୋକ ସଭା କରାଯିବ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାଇ ଚାଲିବ ବିଧାନସଭା। ସମସ୍ତଙ୍କ ସହଯୋଗରେ ଗୃହ ଚାଲିବ। ଯେଉଁମାନଙ୍କ ଦେହ ଅସୁସ୍ଥ ଅନୁମତି ନେଇ ବସିକି କହିପାରିବେ। କୋଶଳ ଭାଷାରେ ବିଧାନସଭାରେ କହିବା ପାଇଁ ବିରୋଧୀ ପ୍ରସ୍ତାବ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ଆମ ପାଖରେ ଷ୍ଟାପ ନାହାନ୍ତି । ଭବିଷ୍ୟତରେ ବ୍ୟବସ୍ଥା କରିବୁ ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି।

    ସେପଟେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ନିଜ ନିଜ ବିଧାୟକ ଦଳ ବୈଠକ ବସିବ। ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆଜି ଅପରାହ୍ଣ ୪ଟା ବେଳେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟ ବିରୋଧୀ ଦଳ ବିଜେପି ନିଜର ରଣନୀତି ପ୍ରସ୍ତୁତ କରିବ। ସେହିପରି ୨୦ ତାରିଖ ସନ୍ଧ୍ୟା ୬ଟା ବେଳେ କଂଗ୍ରେସ ବିଧାୟକ ଦଳଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।

    ଅନ୍ୟପଟେ ଶାସକ ବିଜେଡି ଆସନ୍ତାକାଲି ନିଜର ବିଧାୟକ ଦଳ ବୈଠକ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଅଧିବେଶନ ବ୍ୟାପି ଦଳର ରଣନୀତି ବିଷୟରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେବେ। ଗୃହରେ ବିରୋଧୀଙ୍କୁ ସାମ୍ନା କରିବା ସହ ରାଜ୍ୟ ସ୍ୱାର୍ଥଜଡ଼ିତ ଏବଂ କେନ୍ଦ୍ରୀୟ ଅବହେଳା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଯେପରି ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ ହେବ, ସେନେଇ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ମାର୍ଗଦର୍ଶନ କରିବେ। ବିଧାୟକ ଦଳ ବୈଠକ ୨୧ ତାରିଖ ସକାଳ ସାଢ଼େ ୧୦ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି।

    Maximum 500 characters

    ତାଜା ଖବର View all

    Find Us on Facebook