ମୁଖ୍ୟ ଖବର
ଭୁବନେଶ୍ବର: ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ନେତାଙ୍କ ମେଳି। ସରକାରୀ ବାସଭବନରେ ଏକାଠି ହେଲେ ବିଜେଡି ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଏବଂ ଯାଜପୁର ଜିଲ୍ଳା ସଭାପତି। ଯାଜପୁର ବିଜେଡି ସଂଗଠନକୁ ନେଇ ବୈଠକରେ ବିଭିନ୍ନ ପ୍ରସଂଗ ଉପରେ ମାନସ ମନ୍ଥନ ହୋଇଛି । ପ୍ରମିଳା ମଲ୍ଲିକ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଯାଜପୁରରେ ବିଜେଡି ସଂଗଠନ ଦୁର୍ବଳ ହୋଇନାହିଁ। ଗଣମାଧ୍ୟମରେ ମିଛ ଗୁଜବ ହେଉଛି । ଏହାଛଡ଼ା ସେ ବିଜେଡି ନେତାଙ୍କ ମେଳିକୁ ଖଣ୍ଡନ କରିଛନ୍ତି ।
ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି, ଯାଜପୁର ଜିଲ୍ଲା ସଂଗଠନକୁ ନେଇ ସବୁବେଳେ ବୈଠକ ହୁଏ, ଏହା ଆମ ପରମ୍ପରା । ବିଜୁ ଜନତା ଦଳର ସଂଗଠନ ସୁଦୃଢ଼ କରିବାକୁ ଆଲୋଚନା ହୋଇଛି। ଯାଜପୁରରେ ବିଜେଡି ନେତାଙ୍କ କୌଣସି ମେଳି ହୋଇନାହିଁ। ଜିଲ୍ଲାର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ବସିକି ସଂଗଠନକୁ କିଭଳି ଭାବେ ସୁଦୁଢ଼ କରାଯିବ ସେ କଥା ଆମେ ଆଲୋଚନା କରୁଛୁ। ପ୍ରତି ଥର ବସୁ.. ଆଲୋଚନା କରୁ..ଏଥିରେ ମେଳି କ’ଣ ? ମେଳି କିଏ କାହାର ବିରୋଧରେ କରୁଛି। କେହିତ ମେଳି କରୁନାହାନ୍ତି । ଦଳ ସପକ୍ଷରେ ଗଠନ ପାଇଁ ଆଲୋଚନା କରୁଥିଲୁ । ଯାଜପୁର ଜିଲ୍ଲାର ଯୁବ ନେତା କିଏ ହେବ ? ଛାତ୍ର ନେତା କିଏ ହେବ ? କୃଷକ ସଭାପତି କିଏ ହେବ ? ମହିଳା ସଭାପତି କିଏ ହେବ ? ଯାଜପୁର ନେତା ବସି ବିସ୍ତୃତ ଆଲୋଚନା କରିଛୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
ଏହି ବୈଠକରେ ଯାଜପୁର ଜିଲ୍ଲା ବିଜେଡି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ‘ଧର୍ମଶାଳା, କୋରେଇ, ସୁକିନ୍ଦା, ବଡ଼ଚଣା, ଯାଜପୁର, ବିଞ୍ଝାପୁର, ବିରୀ କାହାରି କାହାରି ଭିତରେ କୌଣସି ବିଦୋଷ ଭାବ ନାହିଁ। କର୍ମୀଙ୍କ ମଧ୍ୟ କେଉଁଠି କ’ଣ ଥିବ। ଆମ ନେତାଙ୍କ ମଧ୍ୟ କୌଣସି ବିବାଦ ନାହିଁ। ଯାଜପୁର ବିଜେଡି ସଂଗଠନ ମଜବୁତ ଅଛି। ମିଡିଆ ବାଲା ଦୁର୍ବଳ ଥିବା ମିଛ ପ୍ରଚାର କରୁଛନ୍ତି । ଆମେ କେଉଁଠି ବସିଲେ ବି ମିଡିଆ କହୁଛି ମେଳି। ବିଜେପି ନେତା କେଉଁଠି ବସିଲେ ଦେଖାଉନାହିଁ’ ।
Comments ସମସ୍ତ ମତାମତ