Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଶାସକ ଦଳର ଅନୁଗତ ନହେଲେ ଉପକୂଳରେ ପୋଷ୍ଟିଂ ହୁଏନି: ପ୍ରକାଶ ମିଶ୍ର

    Share on :
    ajab-Image
    Date: Jan 7, 2021    Views: 4375

    ଭୁବନେଶ୍ୱର:  କଟକ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି  ନେତା ପ୍ରକାଶ ମିଶ୍ର । ଏମିତିକି ଶାସକ ଦଳର ଅନୁଗତ ନହେଲେ ଉପକୂଳରେ ପୋଷ୍ଟିଂ ହୁଏନି ବୋଲି କହିଛନ୍ତି । 

    ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଲୋକଙ୍କ ଆଗରେ ଏବେ କାହାଣୀ ପ୍ରସ୍ତୁତ କରାଯାଉଛି ।  ଦିବ୍ୟସିଂହ ମୃତୁ୍ୟ ପୂର୍ବରୁ ଅନେକ ଲୋକଙ୍କ ନାମ କହିଥିଲେ ।  ଦିବ୍ୟସିଂହଙ୍କ ବୟାନର ତାପôର୍ଯ୍ୟ  ଅଧିକ ।  ତେବେ ଏଯାଏଁ କିଛି କରାଯାଇନି ।  ଏହା ଅତ୍ୟନ୍ତ ଉଦବେଗଜନକ ବୋଲି  କହିଛନ୍ତି ।  

    ସେହିପରି  ପୁଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ନଥିବା ପ୍ରକାଶ ମିଶ୍ର ଅଭିଯୋଗ କରିଛନ୍ତି । ଏଠି ପୁଲିସ ସବୁବେଳେ ଜଣଙ୍କର ଅନୁଗତ ରହିଆସିଛି ।  ଶାସକ ଦଳର ଅନୁଗତ ନହେଲେ ଉପକୂଳରେ ପୋଷ୍ଟିଂ ହୁଏନି ।  ଏହା ଆଇନ ଶୃଙ୍ଖଳା ପ୍ରତି ଅତ୍ୟନ୍ତ ଚିନ୍ତାଜନକ ।  ଚାପ ପକାଇ ପୁଲିସକୁ ନିଷ୍କ୍ରିୟ କରାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook