ମୁଖ୍ୟ ଖବର
ଭୁବନେଶ୍ୱର: ଓଲିଉଡ ପାଇଁ ଖୁସି ଖବର । ଓଡିଶାର ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞା, ଯାହାଙ୍କ ପାଟିରୁ କଥା ବାହାରିଲେ ଲୋକଙ୍କ ମୁହଁରେ ହସ ଫୁଟେ । ସେ ନିଜର କଳା ମାଧ୍ୟମରେରେ ବାନ୍ଧି ରଖିଛନ୍ତି ସାରା ଓଡିଶାକୁ ।
ଅନେକ ଓଡିଆ ଫିଲ୍ମ ଓ ଶୋ’ରେ ନିଖୁଣ ଅଭିନୟ କରି ଅନେକ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି ସେ । ଏହା ବାଦ୍ ସେ ଜଣେ ସ୍ନେହୀ ଓ ମିଷ୍ଠ ଭାଷି ମଣିଷ ।
ତେବେ ଚଳିତ ମାସରେ ପ୍ରଜ୍ଞାଙ୍କ ଘରେ ବାଜିବ ସାହାନାଇ । ପ୍ରଜ୍ଞାଙ୍କର ପଡିବ ହାତ ଗଣ୍ଠି । ଓଡିଶାର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ହାତକୁ ଦିହାତ ହେବେ ଓଡିଶାର ଲୋକପ୍ରିୟ ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ । ଏଥିପାଇଁ ସମସ୍ତଙ୍କ ମନରେ ଉକôଣ୍ଠା ପ୍ରକାଶ ପାଇଛି । କିନ୍ତୁ କରୋନା ସମୟରେ ପ୍ରଜ୍ଞା ବିବାହ ପାଇଁ କାହିଁକି ନିଷ୍ପତ୍ତି ନେଲେ, ଏନେଇ ତାଙ୍କ ଫ୍ୟାନ୍ସ ମାନଙ୍କ ମନରେ ପ୍ରଶ୍ନ ଉଠିଛି ।
ସୂଚନାଯୋଗ୍ୟ ଯେ ପ୍ରଜ୍ଞା ସଙ୍ଗୀତ ଏକାଡେମିରୁ ପାଠ ପଢି ଅଭିନୟ ଜଗତରେ ପାଦ ଥାପିଥିଲେ । ସବୁ ପ୍ରକାର ଚରିତ୍ରରେ ଜୀବନ୍ତ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ସେ । ସେ ଓଡିଆ ଫିଲ୍ମ ‘ଗୋଲମାଲ’ପାଇଁ ଷ୍ଟେଟ୍ ଟେଲି ଆୱାର୍ଡ ୨୦୧୪ରେ ବେଷ୍ଟ କମେଡିଆନ ଆୱାର୍ଡ ପାଇଥିଲେ ।
Comments ସମସ୍ତ ମତାମତ