ମୁଖ୍ୟ ଖବର
ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସ କାନ୍ତି ଏବଂ ଅୟସ କାନ୍ତି ଆଜି ଅପରାହ୍ନରେ ବିଜେପି ପାର୍ଟି ଅଫିସରେ ଔପଚାରିକ ଭାବେ ଯୋଗଦାନ କରିବାର କାର୍ୟ୍ୟକ୍ରମ ରହିଛି। ଏନେଇ ବିଜେପି ତରଫରୁ ଔପଚାରିକ ଭାବେ ସୂଚନା ଦିଆଯାଇ ନାହିଁ । କିନ୍ତୁ ଅପରାହ୍ନ ୩ ଟା ୪୫ ମିନିଟରେ ମିଶ୍ରଣ କାର୍ୟ୍ୟକ୍ରମ ରହିଛି। ଯେଉଁଥିରେ ଏହି ଦୁଇ ଯୁବନେତା ଯୋଗ ଦେବାର ରହିଛି ବୋଲି ଚର୍ଚ୍ଚା ଚାଲିଛି।
Comments ସମସ୍ତ ମତାମତ