Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ-ବିଜେଡି ଏକ ଅସାଧୁ ମେଣ୍ଟ: ପ୍ରଦୀପ ପୁରୋହିତ

    Share on :
    ajab-Image
    Date: Apr 14, 2026    Views: 2942

    ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ି-କଂଗ୍ରେସ ମେଣ୍ଟ ହୋଇପାରେ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଜେଡିର ମେଣ୍ଟ ହେଉଛି ଏକ ଅସାଧୁ ମେଣ୍ଟ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି, କୌଣସି ଅସାଧୁ ମେଣ୍ଟ ବିଜେପିକୁ ଅଟକାଇ ପାରିବ ନାହିଁ  ।  ପଂଚାୟତ ନିର୍ବାଚନରେ ବିଜେପି ବିଜୟ ଯାତ୍ରାକୁ ବାଧା ଦେବା ପାଇଁ ଗୋଟେ ଅସାଧୁ, ଦୁର୍ନୀତିଗସ୍ତ ଏବଂ ସୁବିଧାବାଦୀ ଲୋକଙ୍କ ମେଣ୍ଟ ହେବାର ଯୋଜନା ଆରମ୍ଭ ହୋଇଛି  ।  ଓଡିଶା ଲୋକ ବୁଝି ଗଲେଣି ଏମାନେ ଯେତେ ଅସାଧୁ ମେଣ୍ଟ କଲେ ଵି ବିଜେଡ଼ି କି କଂଗ୍ରେସ କିମ୍ବା ଅନ୍ୟ କେଉଁ ଦଳ ଏକଜୁଟ ହେଲେ ଵି, ଓଡିଶାବାସୀ ବିଜେପିକୁ ଆଶୀର୍ବାଦ କରିବେ  । 
    "ଆଗାମୀ ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ବିଜୟ ହେବାକୁ ଯାଉଛି କ୍ଷ ବିଜେଡ଼ି-କଂଗ୍ରେସ ନେତା କହୁଛନ୍ତି, ସେମାନଙ୍କ ମେଣ୍ଟ ନ ହେଲେ ବିଜେପିକୁ ଅଟକାଇ ପାରିବେ ନାହିଁ ।  କିନ୍ତୁ ଏହି ବିଜୟ ଯାତ୍ରାକୁ ବାଧା ଦେବା ପାଇଁ ଗୋଟେ ଅସାଧୁ, ଦୁର୍ନୀତିଗସ୍ତ ଲୋକମାନଙ୍କର ମେଣ୍ଟ ଏବଂ ସୁବିଧାବାଦୀ ଲୋକଙ୍କ ମେଣ୍ଟ ହେବାର ଯୋଜନା ଆରମ୍ଭ ହୋଇଛି  ।  ସେମାନଙ୍କ ମେଣ୍ଟ ହେଲେ ଵି ୪୦ ବର୍ଷର କଂଗ୍ରେସ ଶାସନ ଏବଂ ୨୪ ବର୍ଷ ଶାସନରେ ଓଡିଶାର କଣ ପ୍ରଗତି ହୋଇଛି  ।  ଏପଟେ ଦୁଇ ବର୍ଷ ମଧ୍ୟରେ କଣ ବିକାଶ ହୋଇଛି  ।  ସୁଭଦ୍ରା ଯୋଜନା, ଧାନରେ ଏମଏସପିରେ ଅଧିକ ୮୦୦ ଟଙ୍କା ପାଇଛନ୍ତି, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଗାଁ ଗାଁରେ ପର୍ୟ୍ୟପ୍ତ କାମ ହୋଇସାରିଛି  ।  ସେଥିପାଇଁ ଓଡିଶା ଲୋକ ବୁଝି ଗଲେଣି । ଏମାନେ ଯେତେ ଅସାଧୁ ମେଣ୍ଟ କଲେ ଵି ବିଜେଡ଼ି କି କଂଗ୍ରେସ କିମ୍ବା ଅନ୍ୟ କେଉଁ ଦଳ ଏକଜୁଟ ହେଲେ ଵି, ଓଡିଶାବାସୀ ବିଜେପିକୁ ବିଜୟୀ କରାଇବେ  । "

    Maximum 500 characters

    ରାଜନୀତି View all

    Find Us on Facebook