Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୋତେ ମାରିବାକୁ ବିଜେଡି ପୁରସ୍କାର ଘୋଷଣା କରିଛି: ପ୍ରଦୀପ ପୁରୋହିତ

    Share on :
    ajab-Image
    Date: Nov 23, 2022    Views: 3954

    ଭୁବନେଶ୍ୱର: ଆଗକୁ ପଦ୍ମପୁର ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଏନେଇ ବିଜେପି ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିବାରେ ଲାଗିପଡ଼ିଛନ୍ତି ।  ତେବେ ଏହାରି ଭିତରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ମୋତେ ମାରିବାକୁ ବିଜେଡି ପୁରସ୍କାର ଘୋଷଣା କରିଛି ।  ମୋତେ ଯିଏ ମାଡ଼ ମାରିବ ତାକୁ ଲକ୍ଷେ ଟଙ୍କା ଦେବାକୁ ବିଜେଡି ଘୋଷଣା କରିଥିବା ଶ୍ରୀ ପୁରୋହିତ କହିଛନ୍ତି । 
    କେବଳ ସେତିକି ନୁହେଁ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦିଛନ୍ତି ।  ବିଜେଡି ଗୁଣ୍ଡାମାନେ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିବା କହି ଶ୍ରୀ ପୁରୋହିତ କାନ୍ଦିଛନ୍ତି । 
    ସେ କହିଛନ୍ତି ଯେ ଗତକାଲି ଏକ ଗ୍ରାମରେ କର୍ମୀ ସମ୍ମିଳନୀ ବେଳେ ଆକ୍ରମଣ ଉଦ୍ୟମ ହୋଇଥିଲେ । ବିଜେଡି ଗୁଣ୍ଡା ପହଞ୍ଚି ମାଇକ ଭାଙ୍ଗି, ଟେଣ୍ଟ ଚିରି ମାରପିଟ କରିଥିଲେ ।  କର୍ମୀ ସମ୍ମିଳନୀରେ ଉପସ୍ଥିତ ୨ରୁ ୩ ଜଣ ବିଜେପି କର୍ମୀଙ୍କୁ ସେମାନେ ପିଟିଲେ  । ମୋତେ ଆକ୍ରମଣ କରିବାକୁ ୮/୧୦ ଜଣ ଉଦ୍ୟମ କରିଥିଲେ ।  ଗାଁ ଲୋକ ପ୍ରତିରୋଧ କରିବାରୁ ମୁଁ ବର୍ତ୍ତିଗଲି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
    ଏହାଛଡ଼ା ସେ କହିଛନ୍ତି ଯେ ମୋତେ ମାରିବାକୁ ବିଜେଡି ପୁରସ୍କାର ଘୋଷଣା କରିଛି ।  ମୋତେ ଯିଏ ମାଡ଼ ମାରିବ ତାକୁ ଲକ୍ଷେ ଟଙ୍କା ଦେବାକୁ ବିଜେଡି ଘୋଷଣା କରିଛି । ଅନ୍ୟପଟେ ପଦ୍ମପୁରକୁ ନବ ଦାସ, ଟୁକୁନି ସାହୁ ଓ ନିରଞ୍ଜନ ପୂଜାରୀ କାହିଁକି  ଆସିଛନ୍ତି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook