Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ: କାହିଁକି ଜାଣନ୍ତୁ

    Share on :
    ajab-Image
    Date: Sep 10, 2026    Views: 3470

    ବ୍ରହ୍ମପୁର: ବ୍ରହ୍ମପୁର ଗେଟ୍‌ ବଜାର ଫ୍ଲାଏଓଭରର କାମକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଖୋଦ୍‌ ବ୍ରହ୍ମପୁରର ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ ଫ୍ଲାଏଓଭରର ନିର୍ମାଣ କାମର ମାନ ଓ ସ୍ଥାୟିତ୍ୱକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସାଂସଦଙ୍କ ଅଭିଯୋଗ ଅନୁସାରେ, ଫ୍ଲାଏଓଭର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ସନ୍ଦେହ ରହିଛି। ଏପରିକି କାମର ମାନ ଉପରେ ଅଧିକାରୀମାନେ ଆବଶ୍ୟକ ନଜର ଦେଉନଥିବା ନେଇ ମଧ୍ୟ ସାଂସଦ ବିରକ୍ତି ପ୍ରକାଶ କରିଛନ୍ତି ।
    ଏହି ପ୍ରସଙ୍ଗକୁ ନେଇ ସାଂସଦ ପ୍ରଦୀପ ପାଣିଗ୍ରାହୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫ୍ଲାଏଓଭର ନିର୍ମାଣ କାମର ଯାଞ୍ଚ ଓ ମାନ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଆଉ ସାଂସଦଙ୍କ ଚିଠି ପରେ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ। ଗେଟ୍‌ ବଜାର ଫ୍ଲାଏଓଭର ନିର୍ମାଣ କାମର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook