ମୁଖ୍ୟ ଖବର
ଭୁବନେଶ୍ୱର: ବିଜେପିରେ ମମତା ମହାନ୍ତ ସାମିଲ ହେବା ନେଇ ଏମ୍ପି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଲେଖା ଛିଡ଼ି ଛିଡ଼ି ଆସୁଛି, ଆଜିକା ଦିନରେ ଏତିକି କହିବି ବିଜେପି ବଢୁଛି, ବିଜେଡି ଛିଡୁଛି।
ଅନ୍ୟପଟେ, ବିଜେପିରେ ମିଶିବା ପରେ ମମତା କହିଛନ୍ତି, ବିଜେଡିରେ ଅଣଦେଖା ହେଉଥିଲି । ଲୋକମାନେ ମୋର ସଂପତ୍ତି, ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ । ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି । ତେଣୁ ମୁଁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛି।
ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ମମତା ଇସ୍ତଫା ଦେଇଛନ୍ତି । ମମତା ତାଙ୍କ ଇସ୍ତଫାପତ୍ରରେ ଯାହା କହିଛନ୍ତି ତାହା ନିନ୍ଦନୀୟ । କୁଡୁମୀ ସମାଜ ଓ ମୟୂରଭଞ୍ଜବାସୀଙ୍କୁ ଧୋକ୍କା ଦେଇଛନ୍ତି ମମତା । ମୟୂରଭଞ୍ଜବାସୀ ଏହାର ଜବାବ ମମତାଙ୍କୁ ଦେବେ ।
ଦଳ ପକ୍ଷରୁ ଆହୁରି କୁହାଯାଇଛି, ବିନାଶମୁଖି ରାସ୍ତା ଆପଣାଇଛି ବିଜେପି । ବିଜେପି ପ୍ରଲୋଭନର ଶିକାର ହୋଇଛନ୍ତି ମମତା । ସେ ଲୁଚିଛପି ବିଜେପି ପାଇଁ କାମ କରୁଥିଲେ ।
Comments ସମସ୍ତ ମତାମତ