Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡିଶାରେ ଗଣତନ୍ତ୍ର ନାହିଁ:ପ୍ରଦୀପ ପାଣିଗ୍ରାହୀ

    Share on :
    ajab-Image
    Date: Sep 17, 2023    Views: 3590

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କଲେ ପ୍ରଦୀପ ପାଣିଗ୍ରାହୀ । ପ୍ରସମିଟ୍ କରି ଗଣମାଧ୍ୟମକୁ କହିଲେ, ଗଣତନ୍ତ୍ରକୁ ଗୌଣ କରିଦେଇଛନ୍ତି ରାଜ୍ୟ ସରକାର । ବାଚସ୍ପତି ନିର୍ବାଚନ ବିଳମ୍ବ ହେବା ଏହାର ଏକ ଉଦାହରଣ । ଦୀର୍ଘମାସ ହେବ ଗଣତନ୍ତ୍ରର ପବିତ୍ର ଘର ବିଧାନସଭାରେ ବାଚସ୍ପତି ନାହାନ୍ତି । ଏହା ହିଁ ପ୍ରମାଣ କରୁଛି ଓଡିଶାରେ ଗଣତନ୍ତ୍ର ନାହିଁ । କୌଣସି କାର୍ୟ୍ୟରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ସାମିଲ ହେଉନାହାନ୍ତି । ଏଠାରେ ଗଣତନ୍ତ୍ରକୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା ଚାଲିଛି । ଯେଉଁଥି ପାଇଁ ଏପରି କାର୍ୟ୍ୟକଳାପ ଦେଖିବାକୁ ମିଳୁଛି ।
    ଅନ୍ୟପଟେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉଦାହରଣ ଦେଇ ପୁଣି ସମାଲୋଚନା କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । କହିଲେ, ସାଂସଦଙ୍କ ପ୍ରତି ପ୍ରଶ୍ନର ଉତ୍ତର ରଖୁଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ କିନ୍ତୁ ଓଡିଶାରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମିଳୁନି । ବିଧାନସଭାରେ ଉତ୍ତର ରଖୁନାହାନ୍ତି ମୁଖ୍ୟମନ୍ତ୍ରୀ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook