Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଁ ସମ୍ପୂର୍ଣ୍ଣ ଭାବେ ବିଜୁ ଜନତା ଦଳ ସହ ରହିଛି: ପ୍ରଦୀପ

    Share on :
    ajab-Image
    Date: Oct 17, 2023    Views: 4142

    ଭୁବନେଶ୍ୱର: କୁଆଡେ ଗଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । କିଛି ଦିନ ହେଲା କୌଣସି ସରକାର ଓ ବେସରକାରୀ କାର୍ୟ୍ୟକ୍ରମରେ ପ୍ରଦୀପଙ୍କ ଦେଖା ନମିଳିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ଆଉ ଦୁଇଦିନର ଚର୍ଚ୍ଚା ପରେ ସାମ୍ନାକୁ ଆସିଛନ୍ତି ଖୋଦ୍ ପ୍ରଦୀପ ମାଝି । ଆଉ ଗୋଡ଼ରେ ଆଘାତ ଯୋଗୁଁ ଅସ୍ତ୍ରୋପଚାର ହୋଇଛି ଓ ଫିଜିଓ ଥେରାପୀ ଚାଲିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ । ପ୍ରଦୀପ କହିଛନ୍ତି, ସେ ସମ୍ପୂର୍ଣ୍ଣ ଭାବେ ବିଜୁ ଜନତା ଦଳ ସହ ରହିଛନ୍ତି । ଯାହା ଦଳୀୟ ନିର୍ଦ୍ଦେଶ ଆସିବ ତାଙ୍କୁ ପାଳନ କରିବେ ବୋଲି କହିଛନ୍ତି ପ୍ରଦୀପ ମାଝୀ ।

    ଅବିଭିକ୍ତ କୋରାପୁଟ ଜିଲ୍ଲାରେ ପ୍ରଦୀପ ମାଝିଙ୍କ ଭଲ ଦବଦବା ରହିଛି । ୨୦୨୨ ପଂଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେଡିରେ ମିଶିଥିଲେ ପ୍ରଦୀପ । ଆଉ ଏହା ପରେ ତାଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପଦ ସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି)ର ଉପଦେଷ୍ଟା ଭାବେ ଗୁରୁଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ରାଜନୀତିରେ ସକ୍ରିୟ ଥିବା ପ୍ରଦୀପ ମାଝି ଏବେ ପୁରା ନୀରବ । କିଛି ଦିନ ହେଲା ସରକାରୀ କି ବେସରକାରୀ କାର୍ୟ୍ୟକ୍ରମରେ ପ୍ରଦୀପଙ୍କୁ ଦେଖିବାକୁ ମିଳୁନାହିଁ । ଆଉ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
    ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତବେଳେ ପ୍ରଦୀପଙ୍କ ଦେଖା ମିଳିନଥିଲା । ଏପରିକି ଏସଡିସିର କ୍ରୀଜା ମହୋତ୍ସବରେ ବି ସେ ଯୋଗଦେଇନାହାନ୍ତିା ରାୟଗଡାର ଆଦି ରନ-୨୦୨୩ ମାରାଥନରେ ପ୍ରଦୀପଙ୍କ ଅନୁପସ୍ଥିତି ନେଇ ଆଲୋଚନା ଲାଗିରହିଛି ।

    ସେପଟେ ବିଭିନ୍ନ କାର୍ୟ୍ୟକ୍ରମରେ ଅନୁପସ୍ଥିତିକୁ ନେଇ ଦ୍ୱନ୍ଦ ସୃଷ୍ଟି ହେବା ପରେ ସାମ୍ନାକୁ ଆସି ସଫେଇ ରଖିଛନ୍ତି ଖୋଦ ପ୍ରଦୀପ ମାଝି । କହିଛନ୍ତି, ଗୋଡ଼ରେ ଆଘାତ ଯୋଗୁଁ ଅସ୍ତ୍ରୋପଚାର ହୋଇଛି ଓ ଫିଜିଓ ଥେରାପୀ ଚାଲିଛି । ସମ୍ପୂର୍ଣ୍ଣ ଭାବେ ବିଜୁ ଜନତା ଦଳ ସହ ଅଛି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ କାମ ତ୍ୱରାନ୍ୱିତ କରିବି । ଦଳ ଯାହା ନିର୍ଦ୍ଦେଶ ଦେବ ତାକୁ ପାଳନ କରିବି । ପ୍ରଦୀପ ଚିକିତ୍ସାଧୀନ ଥିବାରୁ ରାୟଗଡାରେ ଆୟୋଜିତ ଆଦି ରନ୍-୨୦୨୩ରେ ଯୋଗ ଦେଇପାରିଲେନି ବୋଲି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସୁୟା ମାଝୀ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook