Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଜୋର ଧରିଛି ଚର୍ଚ୍ଚା, ଶଙ୍ଖ ଫୁଙ୍କିପାରନ୍ତି ପ୍ରଦୀପ

    Share on :
    ajab-Image
    Date: Sep 12, 2021    Views: 6726

    ନବରଙ୍ଗପୁର : ଦୁର୍ନୀତି ହେଉ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି । ଦାଦନ ସମସ୍ୟା ଠାରୁ ଆରମ୍ଭ କରି ଅସହାୟ ଲୋକଙ୍କ ଦୁର୍ବିଷହ ଜୀବନର କାହାଣୀ । ପ୍ରତ୍ୟେକ ପ୍ରସଙ୍ଗରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ସ୍ୱର ହୋଇ ଆସିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ତେବେ ଏହି ଯୁବ ଆଦିବାସୀ ନେତାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା । ସେ କଂଗ୍ରେସ ଛାଡ଼ି ପାରନ୍ତି ଏବଂ ଅନ୍ୟ ଦଳରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ସରଗରମ ହୋଇଛି । ଯଦିଓ ପ୍ରଦୀପ ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି ତଥାପି ତାଙ୍କ ସମର୍ଥକ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ନିଜ ସମର୍ଥକଙ୍କ ସହ ପ୍ରଦୀପ ଦଳ ଛାଡ଼ିବେ ବୋଲି କୁହାଯାଉଛି । ଏପରିକି ପ୍ରଦୀପ ବି ନିଜ ବିଶ୍ୱସ୍ତ କର୍ମୀ ଏବଂ ନେତାଙ୍କ ସହ ବି ଏ ନେଇ ବିଚାର କରୁଥିବା ଜଣାପଡ଼ିଛି । ତେବେ ସେ କେଉଁ ଦଳରେ ଯୋଗଦେବେ ସେ ନେଇ ତାଙ୍କ ନିକଟତମ ମହଲରୁ କିଛି ସ୍ପଷ୍ଟ ଉତ୍ତର ମିଳୁନାହିଁ । ତଥାପି ବିଜେଡି ଯାଇପାରନ୍ତି ବୋଲି ଅଧିକ ଚର୍ଚ୍ଚା ହେଉଛି । ଏହି ଖବର ପ୍ରଚାରିତ ହେବା ପରେ କିଛି ପୁରୁଖା କଂଗ୍ରେସ ନେତା ଏବଂ ସମର୍ଥକ ମିଳିତ ଭାବେ ପ୍ରଦୀପଙ୍କୁ ଦଳ ବଦଳ ନ କରିବା ନିମନ୍ତେ ଚାପ ପକାଇଥିବା ଜଣାପଡ଼ିଛି । ଏଥିପାଇଁ କଂଗ୍ରେସ ନେତା ଏବଂ ସମର୍ଥକଙ୍କ ବୈଠକ ହୋଇଥିବା ବି ସୂଚନା ମିଳିଛି । ଛତିଶଗଡ଼ କଂଗ୍ରେସ ରାଜନୀତିରେ ମଧ୍ୟ ପ୍ରଦୀପଙ୍କ ଯଥେଷ୍ଟ ପ୍ରଭାବ ରହିଛି । ଛତିଶଗଡ଼ କଂଗ୍ରେସ ନେତା ବି ପ୍ରଦୀପଙ୍କ ଉପରେ ଦଳ ନ ଛାଡ଼ିବା ପାଇଁ ଚାପ ପକାଇବାକୁ ନିବେଦନ କରିଥିବା କୁହାଯାଉଛି । ତେବେ ପ୍ରଦୀପ ଗଣମାଧ୍ୟମକୁ ଦୃଢ଼ତାର ସହ ଦଳ ବଦଳକୁ ଖଣ୍ଡନ କରିଛନ୍ତି । ପ୍ରଦୀପ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ କରି ପ୍ରଥମ ଦଫା ପ୍ରତ୍ୟକ୍ଷ ନିର୍ବାଚନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଏହାପରେ ଦୁଇ ଦୁଇ ଥର ନିର୍ବାଚନରେ ପରାଜିତ ହୋଇଥିଲେ ପ୍ରଦୀପ । ତଥାପି ଜିଲ୍ଲା ରାଜନୀତି ତଥା କଂଗ୍ରେସରେ ଏବେ ବି ଯଥେଷ୍ଟ ପତିଆରା ତାଙ୍କର ରହିଛି ।
    ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ନାରାୟଣ ପାତ୍ର ଯିଏକି ଏବେ ବିଜେଡିରେ ଅଛନ୍ତି ତାଙ୍କର ଗୋଟିଏ ଫେସବୁକ ପୋଷ୍ଟକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ସେ ନିଜ ପୋଷ୍ଟରେ ଲେଖିଛନ୍ତି, ଚାଟୁକାର ଓ ଅନ୍ଧଭକ୍ତ ସମାଜ ପାଇଁ ବହୁତ ବିପଦପୂର୍ଣ୍ଣ । ସେହି ଚାଟୁକାରମାନେ ହିଁ ସେମାନଙ୍କ ବସଙ୍କୁ ଅବାଟରେ ନେଉଛନ୍ତି । ବସଙ୍କ ଭାବମୂର୍ତ୍ତିକୁ ଖରାପ କରୁଛନ୍ତି । ତେଣୁ ଚାଟୁକାରଙ୍କ ଠାରୁ ବସ୍ ସତର୍କ ରୁହନ୍ତୁ ବୋଲି ଉଲ୍ଲେଖ କରିଛନ୍ତି । ଏହି ବସ୍ ପ୍ରଦୀପ ନୁହନ୍ତି ତ ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook