Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶପଥ ନେଲେ ପ୍ରଦୀପ ଅମାତ

    Share on :
    ajab-Image
    Date: Jun 5, 2022    Views: 4923

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇଛି  । ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ ।  ଆଉ ଆଜି  ରାଜ୍ୟ ନୂଆ ମନ୍ତ୍ରୀମଣ୍ଡଳର  ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି  । ଏଥିପାଇଁ ଲୋକସେବା ଭବନର କନଭେନସନ୍ ହଲରେ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

    ତେବେ  ଏହାରି ଭିତରେ ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ପ୍ରଦୀପ ଅମାତ । ପୂର୍ବରୁ ୨୦୦୮ରୁ ୨୦୧୭ ଯାଏଁ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ ଅମାତ । ବୌଦ୍ଧର ହେଭିୱେଟ୍ ନେତା ବିଧାୟକା ଭାବେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରଖିଛନ୍ତି । ଏକଦା ବୌଦ୍ଧରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ଅମାତ । ୨୦୧୭ରୁ ୨୦୧୯ ଯାଏଁ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଅମାତ । ତେଣୁ ଦକ୍ଷତା ଓ ଅଭିଜ୍ଞତାଙ୍କୁ ଦେଖି ଅମାତଙ୍କୁ ନବୀନ ପଞ୍ଚମ ପାଳିରେ ନିଜ ନୂଆଟିମରେ ଭରସିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook