Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    କେଜିଏଫ ନିଦେ୍ର୍ଧଶକଙ୍କ ସହିତ ଫିଲ୍ମ କରିବେ ପ୍ରଭାସ

    Share on :
    ajab-Image
    Date: Dec 2, 2020    Views: 4958

    ନୂଆଦିଲ୍ଲୀ : ବାହୁବଲୀ ଷ୍ଟାର ପ୍ରଭାସ ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । କେଜିଏଫ ନିଦେ୍ର୍ଧଶକ ପ୍ରଶାନ୍ତ ନୀଲଙ୍କ ସହିତ  ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିବା ସହିତ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।  ଫିଲ୍ମର ନାମ ସଲାର ରହିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଆକ୍ସନ ଧମାକାରେ ଭର୍ତ୍ତି ହୋଇଥିବା ନେଇ ସମସ୍ତ ଫ୍ୟାନ ଅନୁମାନ ଲଗାଇଛନ୍ତି ।
    ଆସନ୍ତା ଜାନୁୟାରୀ ୨୦୨୧ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ପୋଷ୍ଟରରେ ପ୍ରଭାସ ଏକ ବନ୍ଧୁକ ଧରି ବସିଥିବା ବେଳେ ସମ୍ପୂର୍ଣ୍ଣ ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି । ଏହା ସହିତ ଫିଲ୍ମଟିକୁ ଭାରତୀୟ ଫିଲ୍ମ ବୋଲି ଲେଖାଯାଇଛି । ଫଳରେ ହିନ୍ଦୀ ଏବଂ ତେଲୁଗୁ ବ୍ୟତିତ ଅନ୍ୟ କେଉଁ କେଉଁ ଭାଷାରେ ଫିଲ୍ମଟି ରିଲିଜ ହେବ ତାହା ସ୍ପଷ୍ଟ ହୋଇନାହିଁ । କେଜିଏଫର ପ୍ରଯୋଜକ ବିଜୟ କିରାଗନ୍ଦୁର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି । ଏସ ଏସ ରାଜାମୌଲୀଙ୍କ ବାହୁବଲୀରୁ ପ୍ରସିଦ୍ଧି ହାସଲ କରିଥିବା ପ୍ରଭାସ ଏକାଧିକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ଦୀପିକା ପାଦୁକୋନଙ୍କ ସହିତ ନାଗ ଅଶ୍ୱିନଙ୍କ ଅପକମିଙ୍ଗ ଫିଲ୍ମରେ ପ୍ରଭାସ ନଜର ଆସିବେ ।  ଓମ ରାଉତଙ୍କ ନିଦେ୍ର୍ଧଶିତ ଆଦିପୁରୁଷରେ ମଧ୍ୟ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ । ପୂଜା ହେଗଡେଙ୍କ ସହିତ ରାଧେଶ୍ୟାମର ସୁଟିଂ ସାରିଥିବା ବେଳେ ପୋଷ୍ଟ ପ୍ରଡକ୍ସନ କାମ ଜାରି ରହିଛି ।

    Maximum 500 characters

    ସିନେମା View all

    Find Us on Facebook