ମୁଖ୍ୟ ଖବର
ଡେଲାଙ୍ଗ : ବକେୟା ବିଲ୍ ପାଇଁ ସ୍କୁଲରୁ ଲାଇନ କାଟିଦେଲା ବିଦ୍ୟୁତ ବିଭାଗ। ଗଛ ମୂଳେ ବସି ପାଠ ପଢିଲେ ଛାତ୍ରଛାତ୍ରୀ। ପୁରୀ ଜିଲ୍ଲା ଡେଲାଙ୍ଗର ୨୫ଟି ସ୍କୁଲରେ ନାହିଁ ଲାଇନ୍। ବିନା କୌଣସି ନୋଟିସରେ ବିଦ୍ୟୁତ ବିଭାଗ ଲାଇନ କାଟି ଦେଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ସଂଯୋଗ କଟିଯିବା କାରଣରୁ ମୋଟର ଚାଲିପାରୁନାହିଁ । ଫଳରେ ପାନୀୟ ଜଳ ବନ୍ଦ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଶ୍ରେଣୀ ଗୃହରେ ଫ୍ୟାନ ଚାଲୁନଥିବାରୁ ଅସହ୍ୟ ଗରମ କାରଣରୁ ଗଛ ମୂଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଏପରିକି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବଂ ପିଲାମାନଙ୍କ ଖାଇବା ପିଇବାରେ ମଧ୍ୟ ସମସ୍ୟା ଉପୁଜିଛି। ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଏନେଇ ବିଦ୍ୟୁତ ବିଭାଗକୁ ଚିଠି ଲେଖିଛୁ। ସେପଟେ ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ।
Comments ସମସ୍ତ ମତାମତ