Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଭରଲୋଡ୍ ଯୋଗୁଁ ପାଓ୍ବାର କଟ୍ : ଶକ୍ତି ମନ୍ତ୍ରୀ

    Share on :
    ajab-Image
    Date: May 23, 2026    Views: 2679

    ଭୁବନେଶ୍ବର : ଅସହ୍ୟ ଗୁଳୁଗୁଳି, ଗରମକୁ ଅଘୋଷିତ ବିଦ୍ୟୁତ କାଟ୍ । ବେଡି ଉପରେ ଯେମିତି ପଡିଛି କୋରଡା ମାଡ । ଗତ କିଛିଦିନ ଧରି ଲୋକଙ୍କୁ ଅତିଷ୍ଠ କଲାଣି ପ୍ରବଳ ଗରମ ସାଙ୍ଗକୁ ପାୱାର କଟ୍ । ବିନା କାରଣରେ ଘଣ୍ଟାଘଣ୍ଟା ଧରି ଲାଇନ ଯାଉଥିଲେ ମଧ୍ୟ ଆସୁନି । ବାରମ୍ବାର ଜଣାଇଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଚେତାବନୀକୁ ଶୁଣୁନାହାନ୍ତି ବିଦ୍ୟୁତ ବିତରଣ କଂପାନୀ । ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେଉଛି ।

    ଲୋକଙ୍କ ଅସନ୍ତୋଷ ବଢୁଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଓଭରଲୋଡ୍ ଯୋଗୁଁ ପାଓ୍ବାର କଟ୍ ହେଉଥିବା କହିଛନ୍ତି ଶକ୍ତି ମନ୍ତ୍ରୀ । ଏବେ ଯେଉଁ ପରି ଭାବେ ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ ରହୁଛି, ଅଧିକ ଏସି ବ୍ୟବହାର ହେଉଛି । ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ହେଉଛି । ତଥାପି ଶୀଘ୍ର ରିଷ୍ଟୋର୍ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ । ଲୋକେ ଯେପରି ନିରନ୍ତର ବିଦ୍ୟୁତ ସେବା ପାଇବେ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କେ.ଭି.ସିଂହଦେଓ ।

    ସୂଚନା ଅନୁସାରେ ପ୍ରତି ବର୍ଷ ଖରାଦିନ ଦିନ ଆସିଲେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ୍ ହେବା କିଛି ନୂଆ କଥା ନୁହେଁ । ତେବେ କିଛିଦିନ ପୂର୍ବରୁ ଅଘୋଷିତ ବିଦ୍ୟୁତ କାଟ୍ ହେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook