Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖାଉଟିଙ୍କ ପକେଟକୁ ମାଡ : ଆଳୁ ଦର ୩ ଟଙ୍କା ବୃଦ୍ଧି

    Share on :
    ajab-Image
    Date: May 8, 2026    Views: 2671

    ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନ ପରେ ଓଡିଶାରେ ଆଳୁ ଦର ୩ ଟଙ୍କା ବୃଦ୍ଧି ପାଇଛି । ହୋଲସେଲ ଦର ବୃଦ୍ଧି ପାଇଥିବା ବେଳେ ଖୁଚୁରା ବଜାରରେ ଆଜି ଆଳୁ ୧୩ରୁ ୧୫ ଟଙ୍କାରେ ବିକ୍ରି ହୋଉଛି । ଲଗାତାର ଗ୍ୟାସ୍ , କ୍ଷୀର ପରେ ଆଳୁ ଦର ବୃଦ୍ଧି ସିଧାସଳଖ ଖାଉଟିଙ୍କ ପକେଟକୁ ମାଡ କରିଛି । ଭୁବନେଶ୍ୱର ସବୁଠୁ ବଡ କୁବେରପୁର ଆଳୁଗୋଦାମରେ ପୂର୍ବରୁ ପ୍ୟାକେଟ୍ ପିଛା ୩୫୦ ଟଙ୍କା (୫୦ କିଗ୍ରାକୁ )ବିକ୍ରି କରାଯାଉଥିଲାଲା । ହାରାହାରି ଆଳୁ ଦର କିଗ୍ରା ୭ ଟଙ୍କା ରହିଥିଲା । ହେଲେ ନୂଆ ଆଳୁ ଏବେ ୫୦୦ରୁ ୫୫୦ ଟଙ୍କାରେ ବିକ୍ରି ଆରମ୍ଭ ହୋଇଛି । ଏହି ହିସାବକୁ ଦେଖିଲେ କିଗ୍ରା ୧୦ରୁ ୧୧ ଟଙ୍କା ପଡୁଛି ।
    ଖୁଚୁରା ବଜାରରେ ଆଳୁ ଦର କିନ୍ତୁ ୧୫ ଟଙ୍କା ଡେଇଁଛି । ୟୁନିଟ୍-୧ ମାର୍କେଟରେ ଆଜି ଆଳୁ ଦର ୧୩ ଟଙ୍କାରେ ବିକ୍ରି ହୋଇଛି । ସେହିପରି ଅନ୍ୟ ମାର୍କେଟରେ ଆଳୁ ୧୫ ଟଙ୍କା ପାର କରିଛି । କୁବେରପୁର ଆଳୁ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ଯେ, ପଶ୍ଚିମବଙ୍ଗରେ କ୍ଷେତରୁ ଚାଷୀ ଆଳୁ ପଠାଉଥିଲେ । ଏବେ ଚାଷୀ ଆଳୁ ସରିଛି । ବର୍ତ୍ତମାନ ଷ୍ଟୋର ଆଳୁ ବାହାରଛି । ଷ୍ଟୋର ଆଳୁରୁ ପ୍ୟାକେଟରୁ ୩ ପ୍ରତିଶତ ଖରାପ ଆଳୁ । ଏହା ବାହାରି ଗଲେ ଦର ନଶ୍ଚିତ ଭାବେ ବୃଦ୍ଧି ପାଇବ । ଆଳୁ ଦର ସାଙ୍ଗେ ସାଙ୍ଗେ ପିଆଜ ଓ ରସୁଣ ଦର ମଧ୍ୟ ସାମନ୍ୟ ବୃଦ୍ଧି ପାଇଛି ।

    ପିଆଜ୍ ଏବେ କିଗ୍ରା ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରସୁଣ କିଗ୍ରା ୨୫୦ ଟଙ୍କା ଖୁଚୁରା ଦରରେ ବିକ୍ରି କରାଯାଉଛି । ଆଳୁ ଦର ବଢିଥିବା ବେଳେ କଳାବଜାରୀ ଆରମ୍ଭ ହୋଇଛି । ମାର୍କେଟରେ ପୁରୁଣା ଆଳୁ ଷ୍ଟକ ରଖାଯାଉଛି । ଫଳରେ ଆଳୁ ଏବେ କୃତ୍ରୀମ ଅଭାବ ଦେଖାଦେଇଛି । ଏହା ସହ ଆଳୁ ବିକ୍ରି ସମୟରେ ଦୋକାନୀ ମାନେ ଚାର୍ଟ ତାଲିକା ମାରୁନାହାନ୍ତି । ସେପଟେ ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଆଳୁ ଷ୍ଟକ ରଖି ବିକ୍ରି ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ଗ୍ୟାସ୍ ପାଇଁ ଲୋକେ ଅସୁବିଧା ଭେଗୁଛନ୍ତି । ବାଣିଜ୍ୟକ ଦର ୯୯୩ ଟଙ୍କା ବୃଦ୍ଧି ପାଇଛି । ଫଳରେ ମାର୍କେଟରେ ଏବେ ଜଳଖିଆ ଦର ବଢିଛି । ଏପରି ପରିସ୍ଥିତିରେ ଆଳୁ ଦର ବୃଦ୍ଧି ଲୋକଙ୍କୁ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook