Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଳୁ ନେବ ତ୍ୱଚାର ଯତ୍ନ, ଜାଣନ୍ତୁ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଏହି ଘରୋଇ ଉପଚାର

    Share on :
    ajab-Image
    Date: Jun 23, 2022    Views: 2371

    ସୁନ୍ଦର ତ୍ୱଚା ପାଇବା ପାଇଁ ବଜାରରେ ମିଳୁଛି ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ବି

    ସାବ୍ୟସ୍ତ ହେବାର ଆଶଙ୍କା ରହିଥାଏ । ଏହା ବ୍ୟବହାର ଯୋଗୁ କେହି କେହି ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ସବୁ ସାମଗ୍ରୀଠାରୁ ନିଜକୁ ଦୂରେଇ ରଖି କିଭଳି ପ୍ରାକୃତିକ ଉପାୟରେ ଘରୋଇ ଉପଚାରରେ ଆଳୁକୁ ବ୍ୟବହାର କରି ସୁନ୍ଦର ସୁସ୍ଥ ତ୍ୱଚା ପାଇପାରିବେ । ଆସନ୍ତୁ ଜାଣିବାଟ୍ଟ

    ଫାଳେ ଆଳୁର ରସ ଓ ଗୋଟେ ଅଣ୍ଡାର ଧଳା ଅଂଶକୁ ଏକାଠି କରି ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚା ଉଜ୍ଜ୍ୱଳ କରେ ।

    ଗୋଟେ ବଡ଼ ଚାମଚ ଆଳୁ ପେଷ୍ଟ ନିଅନ୍ତୁ, ସେହି ଚାମଚରେ ଗୋଟେ ଚାମଚ ଦହି ନେଇ ମିଶାଇ ଦିଅନ୍ତୁ । ଏବେ ପେଷ୍ଟକୁ ମୁହଁରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ । ତ୍ୱଚା ମସୃଣ,ଦୃଢ଼ ହୋଇଥାଏ ।

    ଅଧା ଆଳୁରୁ ପେଷ୍ଟ ପ୍ରସ୍ତୁତ କରନ୍ତୁ, ଏଥିରେ ଚିମୁଟେ ହଳଦୀ ମିଶାଇ ତ୍ୱଚାରେ ଲଗାଇ ଗୋଟେ ଘଣ୍ଟାଏ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ । ଶୁଖିଗଲା ପରେ ସଦା ପାଣିରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହକୁ ଥରେ ଏହି ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ ।

    ଫାଳେ ଆଳୁ ରସରେ ଦୁଇ ଚାମଚ କଞ୍ଚା କ୍ଷୀରରେ ମିଶାଇ ତୁଳା ସାହାଯ୍ୟରେ ମୁହଁରେ ଲଗାଇବାର ୨୦ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ଆସେ ।

    Maximum 500 characters

    ବିଶେଷ View all

    Find Us on Facebook