Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସୁଛି ନୂଆ ଜନସଂଖ୍ୟା ନୀତି : ଅଧିକ ସନ୍ତାନ ପାଇଁ ମିଳିବ ଆର୍ଥିକ ପ୍ରୋତ୍ସାହନ

    Share on :
    ajab-Image
    Date: Mar 6, 2026    Views: 2706

    ଆନ୍ଧ୍ରପ୍ରଦେଶ: ଜନସଂଖ୍ୟା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରପ୍ଲାନ । ଅଧିକ ସନ୍ତାନ ପାଇଁ ମିଳିବ ଆର୍ଥିକ ପ୍ରୋତ୍ସାହନ । ଆନ୍ଧ୍ରପ୍ରଦେଶରେ ଆସୁଛି ନୂଆ ଜନସଂଖ୍ୟା ନୀତି । ଦୁଇରୁ ଅଧିକ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟ ପାଇଁ ଏକ ନୂତନ ଜନସଂଖ୍ୟା ପରିଚାଳନା ନୀତି ଘୋଷଣା କରିଛନ୍ତି । ରାଜ୍ୟରେ ହ୍ରାସ ପାଉଥିବା ପ୍ରଜନନ ହାରକୁ ନେଇ ଚିନ୍ତା ପ୍ରକଟ କରି ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ଯେଉଁ ପରିବାରରେ ଦ୍ୱିତୀୟ କିମ୍ବା ତା’ଠାରୁ ଅଧିକ ସନ୍ତାନ ଜନ୍ମ ହେବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ୨୫ ହଜାର ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

    ବିଧାନସଭାରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ପ୍ରଜନନ ହାର କମି ୧.୫ ରେ ପହଞ୍ଚିଛି, ଯାହାକି ଜନସଂଖ୍ୟା ସନ୍ତୁଳନ ପାଇଁ ଆବଶ୍ୟକ ୨.୧ ସ୍ତରରୁ ଯଥେଷ୍ଟ କମ୍ । ଏହାଦ୍ୱାରା ଭବିଷ୍ୟତରେ ରାଜ୍ୟରେ ଯୁବକମାନଙ୍କ ସଂଖ୍ୟା କମିବ ଏବଂ ବୟସ୍କଙ୍କ ସଂଖ୍ୟା ବଢ଼ିବ । ଫଳରେ ଚାଷ, ଶିଳ୍ପ ଏବଂ ସେବା କ୍ଷେତ୍ରରେ କାମ କରିବା ପାଇଁ ଶ୍ରମିକ ବା ୱାର୍କଫୋର୍ସର ଅଭାବ ଦେଖାଦେଇପାରେ । ମୁଖ୍ୟମନ୍ତ୍ରୀ ନାଇଡୁ ନିଜର ପୁରୁଣା ନୀତିରୁ ‘ୟୁ-ଟର୍ଣ୍ଣ’ ନେଇଛନ୍ତି । ପୂର୍ବରୁ ୨୦୦୪ ମସିହା ପୂର୍ବରୁ ତାଙ୍କ ସରକାର ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ଆଇନରେ ସଂଶୋଧନ କରିବାକୁ ସଙ୍କେତ ଦେଇଛନ୍ତି, ଯାହାଦ୍ୱାରା ଅଧିକ ସନ୍ତାନ ଥିବା ବ୍ୟକ୍ତି ମଧ୍ୟ ନିର୍ବାଚନ ଲଢ଼ିପାରିବେ । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, "ଆମକୁ ଆମ ରାଜ୍ୟର ଜନସଂଖ୍ୟା ସନ୍ତୁଳନ ରକ୍ଷା କରିବାକୁ ହେବ । ଏହି ନୂଆ ନୀତି ଏକ 'ଗେମ୍ ଚେଞ୍ଜର' ସାବ୍ୟସ୍ତ ହେବ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook