Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗିରଫ ପରେ ପପୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

    Share on :
    ajab-Image
    Date: Feb 7, 2026    Views: 2324

    ପାଟଣା: ବିହାର ପୂର୍ଣ୍ଣଆର ବାହୁବଳୀ ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବଙ୍କୁ ପୁଲିସ ଶୁକ୍ରବାର ରାତିରେ ଗିରଫ କରିଛି । ଏକ ୩୧ ବର୍ଷର ପୁରୁଣା ମାମଲାରେ କୋର୍ଟ ପପୁଙ୍କ ନାଁରେ ଜାରି କରିଛି ପରୱାନାକୁ  ଆଧାର କରି ପାଟନା ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ସାଧା ପୋଷକରେ ତାଙ୍କୁ ଗରିଫ  କରିଥିଲା। ନିର୍ଦ୍ଦଳୀୟ ସାଂସଦ ପପୁ ୧୯୯୫ରେ ପାଟନାରେ ରହୁଥିବା ଏକ ଭଡା ଘରକୁ ବଳପୂର୍ବକ ନିଜ ଦଖଲକୁ ନେଇଥିଲେ। ପରେ ସେ ଉକ୍ତ ଘରେ ନିଜ କାର୍ୟାଳୟ ଖୋଲିଥିଲେ। ଏହାକୁ ନେଇ ଘର ମାଲିକ ପପୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଅଦାଳତ ପପୁଙ୍କୁ ଅନେକ ଥର ସମନ ଜାରି କରିଥିଲେ । ମାତ୍ର ସେ ହାଜର ହୋଇ ନଥିଲେ ।
    ଏଥିପାଇଁ ଦୁଇ ଦିନ ତଳେ ଅଦାଳତ ପପୁଙ୍କ ଉକ୍ତ ସମ୍ପତ୍ତିକୁ ଜବତ ଲାଗି ନିର୍ଦେଶ ଦେବା ସହ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। କୋର୍ଟ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ଆଧାରରେ ଶୁକ୍ରବାର ବିଳମ୍ବିତ ରାତିରେ ପାଟନା ପୁଲିସ ଦ୍ୱାରା ପପୁ ଯାଦବଙ୍କୁ ପୁଲିସ ଗିରଫ କରିଛି। ଗରିଫ କରିବା ସମୟରେ ପୁଲିସ ଏବଂ ସମର୍ଥକମାନଙ୍କ ମଧ୍ୟରେ କିଛି ଘଣ୍ଟା ଧରି ତାଙ୍କ ବାସଭବନ ସମ୍ମୁଖରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହି ଘଟଣାରେ ପୁଲିସ କହିଛି ଯେ ବାରମ୍ବାର ସମନ ଜାରି ସତ୍ତ୍ୱେ ସାଂସଦ ବିଚାର ପ୍ରକ୍ରିୟାରେ ହାଜର ନହେବା ପରେ କୋର୍ଟ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ଆଧାରରେ ଗିରଫ କରାଯାଇଛି।
    ଗିରଫ ପରେ ପୁଲିସ ପପୁ ଯାଦବଙ୍କୁ ସିଧାସଳଖ ପାଟନାର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ନେଇଥିଲା। ଡାକ୍ତରୀ ପରୀକ୍ଷା ସମୟରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ତାଙ୍କୁ ଷ୍ଟ୍ରେଚରରେ ନିଆଯାଇ ସାରା ରାତି ହସ୍ପିଟାଲରେ ବିତାଇଥିଲେ। ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଥିଲା ​​ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଥିଲା। ଶନିବାର ସକାଳେ, ତାଙ୍କ ଅବସ୍ଥା ଗୁରୁତର ଯୋଗୁଁ, ସାଂସଦଙ୍କୁ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ରୁ ପାଟନା ମେଡିକାଲ୍ କଲେଜ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook