Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଗୁଡ଼ୁଛି ଦିଲ୍ଲୀ ବାୟୂ

    Share on :
    ajab-Image
    Date: Dec 29, 2025    Views: 3946

    ନୂଆଦିଲ୍ଲୀ: ବିଗୁଡ଼ୁଛି ଦିଲ୍ଲୀ ବାୟୂ । ପ୍ରଦୂଷଣ ସହ ଘନ କୁହୁଡ଼ି ବଳୟରେ ରାଜଧାନୀ । ଦିଲ୍ଲୀ-ଏନସିଆର ସମେତ ଅନେକ ସ୍ଥାନ ଗତକାଲି ରାତିରୁ କୁହୁଡ଼ି ଚାଦର ଘୋଡାଇ ହୋଇଛି । ଦିନ ରାତିର ଭ୍ରମ ସୃଷ୍ଟି କରୁଛି । ଅନେକ ଅଞ୍ଚଳରେ AQI ୪୦୦ ପାର କରିଛି । ଯାହା ବିପଦଜ୍ଜନକ ସ୍ଥିତିରେ ରହିଛି । ପ୍ରଦୂଷଣ ଦେଖି ଅରେଞ୍ଜ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । କୁହୁଡ଼ି ପାଇଁ ହାତେ ବାଟ ବି ସ୍ପଷ୍ଟ ଦେଖାଯାଉନାହିଁ । ଜିରୋ ଭିଜିବିଲିଟି ପାଇଁ ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୧୩୦ ପ୍ଲାଇଟ୍ ବାତିଲ ହୋଇଥିବା ବେଳେ ୨୦୦ରୁ ଅଧିକ ବିଳମ୍ବ ହୋଇଛି ।

    ଦିଲ୍ଲୀରେ AQI ୪୦୦ ପାର୍- କୁହୁଡ଼ି ଯୋଗୁଁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ AQI ସ୍ତର ୪୦୦ ଅତିକ୍ରମ କରିଛି । ଆନନ୍ଦ ବିହାର ଏବଂ ରାଜଘାଟ ନିକଟରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିସାରିଛି ।  ଘନ କୁହୁଡ଼ି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି, ତେଣୁ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇଛି । ନୋଏଡ଼ା ଏବଂ ଗାଜିଆବାଦରେ ଆଜି ସ୍କୁଲ ଛୁଟି ଘୋଷଣା ହୋଇଛି । ଜାନୁଆରୀ ପହିଲା ଯାଏ ସ୍କୁଲ ଛୁଟି ।

    ​​​​​​​ଦିଲ୍ଲୀ ଯାଉଥିବା ବିମାନ ଜୟପୁରକୁ ସ୍ଥାନାନ୍ତରିତ- କୁହୁଡ଼ି ବିମାନ ଏବଂ ଟ୍ରେନ୍‌ ଚଳାଚଳକୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ଯଦି ଆପଣ ଯାତ୍ରା କରୁଛନ୍ତି, ତେବେ ବାହାରକୁ ଯିବା ପୂର୍ବରୁ ଆପଣଙ୍କର ବିମାନ କିମ୍ବା ଟ୍ରେନ୍‌ର ସମୟସୂଚୀ ଯାଞ୍ଚ କରି ନିଅନ୍ତୁ । ଯେଉଁମାନେ ନିଜସ୍ୱ ଗାଡି ଚଳାଇ ଯାଉଛନ୍ତି ସେମାନଙ୍କର ଫଗ୍ ଲ୍ୟାମ୍ପ ଏବଂ ପାର୍କିଂ ଲାଇଟ୍ ଜଳାନ୍ତୁ । କମ୍ ଦୃଶ୍ୟମାନତା ଯୋଗୁଁ, ୧୦୦ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଛି, ଯେତେବେଳେ ୫ଟି ଟ୍ରେନ୍‌କୁ ସ୍ଥାନାନ୍ତର କରାଯାଇଛି ।

    ​​​​​​​
    ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ପରାମର୍ଶ ଜାରି - ଅନ୍ତର୍ଜାତୀୟ ଇନ୍ଦିରା ଗାନ୍ଧୀ  ବିମାନ ବନ୍ଦର ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି । ପରାମର୍ଶରେ କୁହାଯାଇଛି, "ଘନ କୁହୁଡ଼ି ଯୋଗୁଁ, ବର୍ତ୍ତମାନ  ସିଏଟି III ପରିସ୍ଥିତିରେ ବିମାନ ଚଳାଚଳ କରାଯାଉଛି । ଯାହା ଫଳରେ ବିଳମ୍ବ ଏବଂ ବିମାନ ବାତିଲ ହୋଇପାରେ । ୬୪ ପ୍ଲାଇଟ୍ ବାତିଲ ହୋଇଛି ।  ୮ଟି ବିମାନ ଡାଇଭର୍ଟ ହୋଇଛି । ଆମର ଗ୍ରାଉଣ୍ଡ ଟିମ୍ ଯାତ୍ରୀମାନଙ୍କୁ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସହାୟତା କରୁଛନ୍ତି । ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ । "

    Maximum 500 characters

    ଦେଶ ବିଦେଶ View all

    Find Us on Facebook