Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗ୍ୟାସ୍‌ ଚାମ୍ବାର ପାଲଟି ଗଲାଣି ରାଜଧାନୀ ଦିଲ୍ଲୀ

    Share on :
    ajab-Image
    Date: Oct 27, 2024    Views: 5627

    ନୂଆଦିଲ୍ଲୀ: ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଗ୍ୟାସ୍‌ ଚାମ୍ବାର ପାଲଟି ଗଲାଣି ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଉପରେ ଲାଗୁନି ବ୍ରେକ୍‌। ଦିନକୁ ଦିନ ଏହା ବଢ଼ି ଚାଲିଛି। ଫଳରେ ଲୋକେ ନିଶ୍ୱାସ ନେବା ଏବେ କଷ୍ଟକର ହୋଇପଡ଼ିଛି।

    ଦୀପାବଳି ପୂର୍ବରୁ ଡ଼ରାଇଲାଣି ଦିଲ୍ଲୀର ପ୍ରଦୂଷଣ। ଏଠାକାର ଜଳବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୟସ୍କ ବ୍ୟକ୍ତି, ଛୋଟ ପିଲା ଏବଂ ରୋଗୀମାନେ ଏଥିଯୋଗୁ ଅଧିକ ସମସ୍ୟା ଭୋଗୁଛନ୍ତି। ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।ସକାଳୁ ସକାଳୁ ହିଁ ଦିଲ୍ଲୀ, ନୋଏଡା-ଗ୍ରେଟର ନୋଏଡା ଏବଂ ଗାଜିଆବାଦ ସମେତ ଅନେକ ଅଞ୍ଚଳ ଧୂଆଁର ଚାଦର ତଳେ ଢ଼ାଙ୍କି ହୋଇଯାଇଛି। ପ୍ରଶାସନ ପ୍ରଦୂଷଣ ଦୂର କରିବା ପାଇଁ ଲାଗିପଡିଥିଲେ ସୁଦ୍ଧା ବାୟୁ ଗୁଣବତ୍ତାରେ କିନ୍ତୁ କୌଣସି ସୁଧାର ଆସୁନାହିଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook