Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    28ରୁ ବିଏମସି ଅଂଚଳରେ ପଲ୍ସ ପୋଲିଓ ଟୀକାକରଣ

    Share on :
    ajab-Image
    Date: Jun 26, 2026    Views: 2425

    0ରୁ 5 ବର୍ଷର ଶିଶୁଙ୍କୁ ଦିଆଯିବ ଦୁଇ ବୁନ୍ଦା ପଲ୍ସ ପୋଲିଓ ଚୀକା
    ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ହେବ ବ୍ୟାପକ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-2026 । 0-5 ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଦିଆଯିବ ପଲ୍ସ ପୋଲିଓ ବୁନ୍ଦା । ଏହି କାର୍ଯ୍ୟକ୍ରମ ଜୁନ 28 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ସମଗ୍ର ମହାନଗର ନିଗମ ଅଂଚଳର ବିଭିନ୍ନ ଟୀକା କେନ୍ଦ୍ର, ଡାକ୍ତରଖାନା ଆଦିରେ କରାଯିବ । ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଦିଆଯିବ । ଏନେଇ ଆଜି ବିଏମ୍ ସି ଚତୁର୍ଥ ମହଲା ସମ୍ମିଳନୀ କକ୍ଷରେ ସିଟି ହେଲ୍ଥ ସୋସାଇଟ ପକ୍ଷରୁ,  ସିଟି ଟାକ୍ସଫୋର୍ସ ଏବଂ ସିଟି କୋଅର୍ଡିନେସନ କମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର ଶ୍ରୀମତୀ ରଶ୍ମୀରେଖା ଅମାନ୍ତ, ବିଏମ୍ ସିର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ, ଏଡିୟୁପିଏଚ୍ଓ ଡାକ୍ତର ନୀଳମଣି ସେନାପତି, ଏଡିପିଏଚ୍ଓ-ପରିବାର କଲ୍ୟାଣ ଡାକ୍ତର ପ୍ରଦିପ୍ତ କୁମାର ସାହୁ, ବିଏମ୍ ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବିଶୋଇ, ସିପିଏମ୍ ଏଲିନା ମହାପାତ୍ରଙ୍କ ସହ ବିଇଓ, ସିଡିପିଓ, ସ୍ୱେଚ୍ଛାସେବୀ ସଂଗଠନ ପିଏସ୍ଆଇ ଇଣ୍ଡିଆର କର୍ମକର୍ତ୍ତା, ଟିମ୍ ସିପିଏମ୍ ପ୍ରମୁଖ ଯୋଗ ଦେଇଥିଲେ । 
    ଚଳିତ ବର୍ଷର ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମକୁ କିପରି ଭାବେ ବ୍ୟାପକ କରାଯାଇ ପାରିବ, ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପୋଲିଓ ଟୀକା ସହ ଅନ୍ୟାନ୍ୟ ଟୀକା ବୁଥରେ ଦେବା ସହ  ଦୁଇଦିନ ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳରେ ଘର ଘର ବୁଲି ଟୀକାକରଣ କରିବାକୁ ନିଷ୍ପତ୍ତି ହୋଇଛି । ଜୁନ୍ 28 ତାରିଖ ରବିବାର ଦିନ ବିଭିନ୍ନ ବୁଥରେ ଟୀକାକରଣ କରାଯିବ । 29 ଓ 30 ତାରିଖ, ଦୁଇଦିନ ଘରକୁ ଘର ବୁଲି 0ରୁ 5 ବର୍ଷ ମଧ୍ୟରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦେବେ । ଜନ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଇବାକୁ ନିଷ୍ପତ୍ତି ହୋଇଛି । ଜନ ସଚେତନତା ସହ ଆଶା ଓ ଅଙ୍ଗନଓ୍ୱାଡି କର୍ମୀଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ କରିବା ପାଇଁ ସମସ୍ତ ସିଡିପିଓଙ୍କୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକ ପୋଲିଓ ବୁନ୍ଦା ବିଏମ୍ ସି ଏବଂ କ୍ୟାପିଟଲ ହସପିଟାଲରେ ମହଜୁଦ୍ ରହିଥିବା ନେଇ ମେଡିକାଲ ଅଧିକାରୀମାନେ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook