Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଚଷମା ଧରିବ ଚୋର

    Share on :
    ajab-Image
    Date: Nov 24, 2019    Views: 1035

    ଅମରାବତୀ: ଆନ୍ଧ୍ର ପୁଲିସ ଏବେ ଅପରାଧୀମାନଙ୍କୁ ଧରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରିବା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ପୁଲିସ ଏବେ ରୁଷର ଏକ କମ୍ପାନି ଦ୍ୱାରା ନିର୍ମିତ ସ୍ମାର୍ଟ ଚଷମା ବ୍ୟବହାର କରିବାକୁ ଯାଉଛି । ଏହି ଚଷମା ମାଧ୍ୟମରେ ସାମ୍ନାରେ ଥିବା ଲୋକଙ୍କ ପରିଚୟ ଜାଣି ହେବ । କାରଣ ଉକ୍ତ ଚଷମାର କାଚ ୱେରଲେସ ଟେକ୍ନୋଲୋଜି ଜରିଆରେ ପୁଲିସର ଡାଟାବେସ ସହିତ ସମ୍ପୃକ୍ତ ହେବ । ପୁଲିସର ଡାଟାବେସରେ ୧୦ ଲକ୍ଷ ଲୋକଙ୍କ ମୁହଁ ସହିତ ସେମାନଙ୍କ ସମ୍ପର୍କିତ ସୂଚନା ସଂରକ୍ଷିତ ରଖାଯାଇପାରିବ ।

    ପୁଲିସ କର୍ମଚାରୀ ଯେଉଁ ଚଷମା ବ୍ୟବହାର କରିବେ, ତା ଯୋଗେ ଏକ ସମୟରେ ୧୫ ଜଣ ବ୍ୟକ୍ତିଙ୍କ ମୁହଁକୁ ଦେଖି ସେମାନଙ୍କ ପରିଚୟ ସମ୍ପର୍କରେ ଡାଟାବେସରୁ ତଥ୍ୟ ମିଳିପାରିବ । ସେମାନେ ଯେଉଁ ବ୍ୟକ୍ତି ସମ୍ପର୍କରେ ଜାଣିବାକୁ ଚାହିଁବେ, କେବଳ ସେମାନଙ୍କୁ ଚାହିଁ ନିଜ ପାଖରେ ଥିବା ଏକ ସୁଇଚ ଅଥବା  କି ଦବାଇବେ । ଉକ୍ତ ବ୍ୟକ୍ତି ଅପରାଧୀ ହୋଇଥିଲେ, ତୁନ୍ତ ସେମାନଙ୍କୁ ଏହି ତଥ୍ୟ ମିଳିଯିବ ଯାହାଯୋଗୁ ସେମାନେ ତାକୁ ସେହିଠାରେ କାବୁ କରିପାରିବେ । ଏ ପ୍ରକାର ଫେସ ରେକଗନିସନ ଟେକ୍ନୋଲୋଜିକୁ ରୁଷର ଏନଏନଟିସି ନାମକ ଏକ ସଫ୍ଟୱୟାର କମ୍ପାନୀ ପ୍ରସ୍ତୁତ କରିଛି । ଗତ ଗୁରୁବାର ଆନ୍ଧ୍ର ପ୍ରଦେଶର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଉକ୍ତ କମ୍ପାନୀର ଏକ ପ୍ରତିନିଧିମଣ୍ଡଳୀକୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ରକ୍ତ ଚନ୍ଦନ କାଠ ଚାଲାଣକାରୀଙ୍କୁ ଧରିବା ପାଇଁ ଏହି ଟେକ୍ନୋଲୋଜି ପ୍ରୟୋଗ କରିବେ । ତା’ସହିତ ବ୍ୟସ୍ତ ବହୁଳ ବସଷ୍ଟାଣ୍ଡ, ରେଳଷ୍ଟେସନ, ଷ୍ଟାଡିୟମ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ଏହାର ଉପଯୋଗ କରାଯିବାକୁ ଯୋଜନା କରାଯାଇଛି ।

    Maximum 500 characters

    ଅଜବ View all

    Find Us on Facebook