Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେଡି ଶାସନରେ ହୋଇଥିଲା ୧୦୦୦ କୋଟିର ଡିଲ : ଶଙ୍କର ପୃଷ୍ଟି

    Share on :
    ajab-Image
    Date: Nov 2, 2025    Views: 3744

    ଭୁବନେଶ୍ବର: ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ ବଡ଼ ବୟାନ ଦେଇଛି ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ଶଙ୍କର ପୃଷ୍ଟି କହିଛି, ପୂର୍ବ ସରକାରରେ ହୋଇଥିଲା ହଜାରେ କୋଟି ଟଙ୍କାର ଡିଲ୍। ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲିଦେବି। ସରେଣ୍ଡର୍ କରିନଥିଲେ ଏହି ଡିଲ୍‌ କଥା ସାମ୍ନାକୁ ଆସିନଥାନ୍ତା। ଭୁବନେଶ୍ବରରେ ପହଞ୍ଚିଛି ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ବିମାନବନ୍ଦରରୁ ସିଧା କଟକ କ୍ରାଇମବ୍ରାଞ୍ଚ ଅଫିସ ମୁଖ୍ୟ କାର୍ୟ୍ୟାଳୟକୁ ନିଆଯାଇଛି। ସେଠାରେ ତାକୁ ଜେରା କରୁଛନ୍ତି ପୁଲିସ୍। ଏଣେ ଶଙ୍କର କହିଛି ଯେ ତା ଉପରେ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା। ହାଇକୋର୍ଟରେ ମୁଁ ଆଗୁଆ ଜାମିନ ଆବେଦନ କରିଛି। ଖାଲି ସେତିକି ନୁହେଁ, ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଆହୁରି କହିଛି, 'ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି । ଆଗୁଆ ବେଲ ପାଇଁ ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ବି ଫାଇଲ୍ କରିଥିଲି । ଗୋଟିଏ ମାସ ସମୟ ଦେଇଥିଲେ ମୁଁ ନିଜେ ସରେଣ୍ଡର କରିଥାନ୍ତି । ମୋ ପତ୍ନୀଙ୍କ ନାଁରେ କୌଣସି କେସ୍‌ ନାହିଁ । ଗିରଫ ହୋଇଥିବା ଆଶୟୀଙ୍କ ସହ ମୋର କିଛି ଯୋଗାଯୋଗ ନାହିଁ' ।ଶଙ୍କର ପୃଷ୍ଟିର ଏଭଳି ବୟାନ ପରେ, ଏବେ ପ୍ରଶ୍ନ ଉଠୁଛି ବିଜେଡି ଶାସନରେ କିଏ କରିଥିଲା ହଜାରେ କୋଟିର ଡିଲ୍ ? ଏସଆଇ ପରୀକ୍ଷା କେଳେଙ୍କାରୀ ପଛରେ ବଡ଼ ବିଜେଡି ଲିଙ୍କ୍ ଥିବା ସନ୍ଦେହ । ଏବେ ସମସ୍ତଙ୍କ ନଜର, କି ପଦକ୍ଷେପ ନେବେ ସରକାର ? କ'ଣ କରିବ କ୍ରାଇମବ୍ରାଞ୍ଚ ?
    ସୂଚନାଯୋଗ୍ୟ, ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଗତକାଲି ନେପାଳ ସୀମାରୁ ଗିରଫ କରିଥିଲା। ଏହାପରେ ତାକୁ ଭୁବନେଶ୍ବରକୁ ଆଣିଛି କ୍ରାଇମବ୍ରାଞ୍ଚ ଟିମ୍।  ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook