Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟି-୨୦ ବିଶ୍ଵକପ୍‌କୁ ନେଇ ବେଟିଂ, ୬ ଅଟକ

    Share on :
    ajab-Image
    Date: Feb 18, 2026    Views: 2887

    ରାଉରକେଲା: ଟି-୨୦ ବିଶ୍ଵକପ୍‌କୁ ନେଇ ବେଟିଂ ଚାଲିଥିବା ବେଳେ ମାଡ଼ିବସିଲା ପୁଲିସ । ରାଉରକେଲାର ଉଦିତନଗର, ପ୍ଲାଣ୍ଟସାଇଟ, ବନ୍ଧମୁଣ୍ଡା ଓ ଗଙ୍ଗାଧରପାଲି ସମେତ ଅନ୍ୟ କେତେକ ସ୍ଥାନରେ ପୁଲିସ ପକ୍ଷରୁ ଘନଘନ ଚଢ଼ାଉ କରାଯାଉଛି । ପୁଲିସ ୬ ଜଣଙ୍କୁ ଅଟକ ରଖି ଜେରା କରୁଛି । ସୂଚନା ମୁତାବକ, ଟି-୨୦ ବିଶ୍ଵକପ୍‌କୁ ନେଇ ଏହି ସବୁ ଅଞ୍ଚଳରେ ବେଟିଂ ଚାଲିଥିବା ପୁଲିସ ଖବର ପାଇବା ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି । ୩ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ୬ଟି ପୁଲିସ ଟିମ୍ ଚଢ଼ାଉରେ ସାମିଲ ହୋଇଛନ୍ତି । 
    କିଛି ବ୍ୟବସାୟୀ, ସଟ୍ଟା ଖେଳାଉ ଥିବା ଲୋକଙ୍କ ଘରେ ଚଢ଼ାଉ ଚାଲିଛି । ଲକ୍ଷ ଲକ୍ଷ ଟଙ୍କାର ବେଟିଂ ହୋଇଥିବା ଚଢ଼ାଉ ସମୟରେ ପୁଲିସ ଜାଣିବାକୁ ପାଇଛି । ସକାଳ ୬ଟାରୁ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ପୁଲିସ ଚଢ଼ାଉ ଜାରି ରଖିଛନ୍ତି । ଚଢ଼ାଉ ସରିବା ପରେ ଏସ୍‌ପି ଏନେଇ ସବିଶେଷ ସୂଚନା ଦେବେ । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook