Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ ଖବର, ଓଡିଶାରୁ ଏହି ଦୁଇଜଣ ପାଇବେ ପୋଲିସ୍‌ ମେଡାଲ

    Share on :
    ajab-Image
    Date: Jan 25, 2023    Views: 3725


    ଭୁବନେଶ୍ୱର :  ଆସନ୍ତା ୨୬ରେ ଦେଶ ପାଳିବାକୁ ଯାଉଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଦିବସ ଅବସରରେ ୯୦୧ଜଣ ପୋଲିସ୍‌ ମେଡାଲ ପାଇବାକୁ ଥିବାବେଳେ ଓଡିଶାରୁ ୨ଜଣ ଏହି ମେଡାଲ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ସାହସିକତା ପାଇଁ ୧୪୦ ପୋଲିସ୍‌ କର୍ମଚାରୀ ପୁରସ୍କାର ପାଇବେ । ଉଲ୍ଲେଖନୀୟ ସେବା ପାଇଁ ୯୩ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡାଲ ମିଳିବ । ସମ୍ମାନଜନକ ସେବା ପାଇଁ ୬୬୮ ପୋଲିସ୍‌ କର୍ମଚାର ସମ୍ମାନିତ ହେବେ । 

    ଓଡିଶାରୁ ଆଇପିଏସ୍‌ ଡିଏସ୍‌ କୁଟ୍ଟେ ପାଇବେ ରାଷ୍ଟ୍ରପତି ପୋଲିସ୍‌ ମେଡାଲ । ଏହାସହିତ କନଷ୍ଟେବଲ ପ୍ରହଲ୍ଲାଦ ରାଉତ ମଧ୍ୟ ରାଷ୍ଟ୍ରପତି ପୋଲିସ୍‌ ମେଡାଲାରେ ସମ୍ମାନିତ ହେବେ ବୋଲି ସୂଚନା ମିଳିଛି ।  ଆହୁରିମଧ୍ୟ ସମ୍ମାନଜନକ ସେବା ପାଇଁ ଓଡିଶାରୁ ୧୧ଜଣ ପୁରସ୍କୃତ ହେବେ । 

     

    Maximum 500 characters

    ତାଜା ଖବର View all

    Find Us on Facebook