Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦାଦାବଟି ମାଗି ବଦଳିଲେ ଥାନା ଅଧିକାରୀ

    Share on :
    ajab-Image
    Date: Nov 22, 2022    Views: 3582

    କଟକ: ମହଙ୍ଗା ପଡିଲା ବଟି ମାଗିବା ଘଟଣା । ଡିସିପି ଅଫିସକୁ ବଦଳିଲେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ବାଲିଯାତ୍ରାରେ ସାଇକେଲ ଷ୍ଟାଣ୍ଡ କରିଥିବା ଲୋକଙ୍କୁ ବଟି ମାଗିବାର ଭିଜୁଆଲ ଭାଇରାଲ ହେବା ପରେ ନିଆଯାଇଛି କାର୍ୟ୍ୟାନୁଷ୍ଠାନ ।

    ବାଲିଯାତ୍ରା ସମୟରେ ୫୦ ହଜାର ଟଙ୍କା ଲେଖାଏଁ ମାଗୁଥିବାର ଭିଡିଓ ହୋଇଥିଲା ଭାଇରାଲ । ଭିଡିଓରେ ସେ ୫୦ହଜାର ଟଙ୍କା ମାଗୁଥିବାବେଳେ ଏହି ବାବଦରେ ୨୦ହଜାର ଟଙ୍କା ଦେଇଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି । ତେବେ ପୂରା ଟଙ୍କା ନଦେଲେ ଷ୍ଟାଣ୍ଡରୁ ଗାଡ଼ି ଚୋରିହେଲେ ଗ୍ରାହକଙ୍କୁ ଟଙ୍କା ଗଣିବ ବୋଲି ଶୁଣାଇ ଦେଉଛନ୍ତି ଥାନା ଅଧିକାରୀ । ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ିଥିଲା ଅସନ୍ତୋଷ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook