Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମୋଦିଙ୍କୁ ଭେଟିଲେ ବୈଭବ ସୂର୍ୟ୍ୟବଂଶୀ

    Share on :
    ajab-Image
    Date: May 30, 2025    Views: 3456

    ପାଟନା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ୟ୍ୟବଂଶୀଙ୍କୁ ଭେଟିଛନ୍ତି। ବୈଭବ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଥିଲେ। ବୈଭବଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏ ବିଷୟରେ ସୂଚନା ଦେଇଛନ୍ତି। ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବୈଭବ ସୂର୍ୟ୍ୟବଂଶୀଙ୍କ କ୍ରିକେଟ ଦକ୍ଷତାର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ବୈଭବଙ୍କ ସହ ଫଟୋ ଶେୟାର କରି କହିଛନ୍ତି,ବୈଭବ ସମଗ୍ର ଦେଶ ପାଇଁ ପ୍ରେରଣା। ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ। ବୈଭବଙ୍କ ବ୍ୟତୀତ, ମୋଦି ତାଙ୍କ ମାତାପିତାଙ୍କୁ ମଧ୍ୟ ଭେଟିଥିଲେ। ଇଂଲଣ୍ଡ ଗସ୍ତ ପାଇଁ ଭାରତର ୧୯ ବର୍ଷରୁ କମ ଦଳରେ ବୈଭବ ସୂର୍ୟ୍ୟବଂଶୀଙ୍କୁ ମନୋନୀତ କରାଯାଇଛି।

    କମ ବୟସରେ ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁ ବୈଭବ ଚର୍ଚ୍ଚାରେ ଆସିଥିଲେ। ତାଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ ଦଳ ରାଜସ୍ଥାନ ରୟାଲ୍ସ ମେଗା ନିଲାମରେ କିଣିଥିଲା। ବୈଭବ ଆଇପିଏଲ ୨୦୨୫ରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ମାତ୍ର ୩୫ ବଲ୍‌ରେ ଶତକ ହାସଲ କରିଥିଲେ। ସେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏହି ଇନିଂସ ଖେଳିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook