ମୁଖ୍ୟ ଖବର
ଭୁବନେଶ୍ୱର: ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଆସନ୍ତା ୬ ତାରିଖ ଦିନ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବା ନେଇ ପ୍ରଚାର ଏକ ଗୁଜବ । ମେ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି । ପ୍ରକ୍ରିୟା ଚାଲିଛି । ତେବେ ନିର୍ଦ୍ଧିଷ୍ଟଭାବେ କେବେ ପରୀକ୍ଷା ଫଳ ପ୍ରକାଶ ସେନେଇ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ