ମୁଖ୍ୟ ଖବର
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଫେବ୍ରୁଆରି ୧୬ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୨୨ଟି ପରୀକ୍ଷା ଦିନ ରହିଛି। ସମସ୍ତ ବିଷୟର ପରୀକ୍ଷା ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହେବ। ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେବା ଲାଗି ଏବେ ସୁଦ୍ଧା ୪ ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ରେଗୁଲାରରେ କେବଳ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରି ୧୬ରେ ବିଜ୍ଞାନ ବିଭାଗର ଏମ୍ଆଇଏଲ୍ (ଓଡ଼ିଆ) ଓ ୧୮ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍ (ଓଡ଼ିଆ) ବିଷୟର ପରୀକ୍ଷା ରହିଛି। ୧୭ ତାରିଖରେ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ। ୨୦ ତାରିଖରେ ବିଜ୍ଞାନ ଏବଂ ୨୩ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ୨୭ରେ କଳା ବିଭାଗର ଇତିହାସ, ମାର୍ଚ୍ଚ ୪ରେ ରାଜନୀତିବିଜ୍ଞାନ, ୧୧ରେ ମନୋବିଜ୍ଞାନ, ଶିକ୍ଷା, ଭାରତୀୟ ସଙ୍ଗୀତ, ୧୩ରେ ଅର୍ଥନୀତି ଓ ପର୍ସନାଲ ମ୍ୟାନେଜ୍ମେଣ୍ଟ, ୧୭ରେ ଆଇଟି, ୨୦ରେ ନୃତତ୍ତ୍ବବିଜ୍ଞାନ, ପରିସଂଖ୍ୟାନ, ସାମାଜିକ ବିଜ୍ଞାନ, ୨୪ରେ ଭୂଗୋଳ, ୨୭ରେ ଗଣିତ, ଗୃହବିଜ୍ଞାନ, ୩୧ରେ ଲଜିକ୍ ପରି ପ୍ରମୁଖ ବିଷୟର ପରୀକ୍ଷା ରହିଛି। ସେହିପରି ବାଣିଜ୍ୟ ବିଭାଗର ଫେବ୍ରୁଆରି ୨୬ରେ ବିଏଫ୍ସି (ମାଥମେଟିକ୍ସ), ୨୭ରେ ବିଜିନେସ୍ ଷ୍ଟଡିଜ୍ ଆଣ୍ଡ ମ୍ୟାନେଜ୍ମେଣ୍ଟ (ବିଏସ୍ଏମ୍), ମାର୍ଚ୍ଚ ୪ରେ ବିଜିନେସ୍ ମାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ (ବିଏମ୍ଏସ୍), ୧୩ରେ ଫଣ୍ଡାମେଣ୍ଟାଲ୍ସ ଅଫ୍ ମ୍ୟାନେଜ୍ମେଣ୍ଟ ଆକାଉଣ୍ଟିଂ (ଏଫ୍ଏମ୍ଏ), ବିଜିନେସ୍ ଇକୋନୋମିକ୍ସ (ବିଏସ୍ଇ), କଷ୍ଟ ଆକାଉଣ୍ଟିଂ (ସିଏସି), କମ୍ପ୍ୟୁଟର ଆପ୍ଲିକେସନ୍ (ସିଏ) ଏବଂ ୨୭ରେ ଆକାଉଣ୍ଟାନ୍ସି ବିଷୟରେ ପରୀକ୍ଷା ରହିଛି।
Conference: ଭାରତୀୟ ମତ୍ସ୍ୟ ଓ ଜଳକୃଷି ଫୋରମ୍: ମତ୍ସ୍ୟ ଓ ଜଳକୃଷି ଫୋରମ୍ରେ ୭ଟି ଦେଶରୁ ଏକାଠି ହେଲେ ୧,୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି
ବିଜ୍ଞାନ ବିଭାଗର ପଦାର୍ଥବିଜ୍ଞାନ ବିଷୟ ପରୀକ୍ଷା ଫେବ୍ରୁଆରି ୨୬ରେ ହେବାକୁ ଥିବା ବେଳେ ମାର୍ଚ୍ଚ ୫ରେ ରସାୟନବିଜ୍ଞାନ, ୧୭ରେ କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ, ଆଇଟି, ୨୭ରେ ଗଣିତ, ୩୧ରେ ଭୂତତ୍ତ୍ବ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ୧୧ରେ ଜୀବବିଜ୍ଞାନ ପରୀକ୍ଷା ଗୋଟିଏ ସିଟିଂ ଓ ଦୁଇଟି ସେକ୍ସନରେ ଅନୁଷ୍ଠିତ ହେବ। ପ୍ରଥମ ସେକ୍ସନରେ ଉଦ୍ଭିଦବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ୧୧ଟା ୩୦ ମଧ୍ୟରେ ଏବଂ ଦ୍ବିତୀୟ ସେକ୍ସନରେ ପ୍ରାଣୀବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ଣ ୧୧ଟା ୫୦ରୁ ଅପରାହ୍ଣ ୧ଟା ୨୦ ପର୍ଯ୍ୟନ୍ତ ହେବ। ଅନ୍ୟାନ୍ୟ ବିଷୟଗୁଡ଼ିକର ପରୀକ୍ଷା କେଉଁ ଦିନ ଅନୁଷ୍ଠିତ ହେବ ସେ ନେଇ ସିଏଚ୍ଏସ୍ଇ ପକ୍ଷରୁ କଲେଜଗୁଡ଼ିକୁ କାର୍ଯ୍ୟସୂଚୀ ଦିଆଯାଇଛି।
ନିଷ୍ପତ୍ତି ଅନୁଯାୟୀ ଜାନୁଆରି ୪ରୁ ୧୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ। ୩୦, ୪୦, ୫୦ ଓ ୬୦ ମାର୍କର ପ୍ରାକ୍ଟିକାଲ୍ ବିଷୟ ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ଧାର୍ଯ୍ୟ ହୋଇଥିବା ବେଳେ ୧୫ ମାର୍କ ଥିବା ବିଷୟର ପ୍ରାକ୍ଟିକାଲ୍କୁ ୨ ଘଣ୍ଟା ଦିଆଯାଇଛି। ପ୍ରାକ୍ଟିକାଲ୍ ପରୀକ୍ଷା ପୂର୍ବରୁ ଡିସେମ୍ବର ୨୨ରୁ ଜାନୁଆରି ୩ ମଧ୍ୟରେ ସମସ୍ତ ବିଷୟର ଇଣ୍ଟରନାଲ ଆସେସ୍ମେଣ୍ଟ ହେବ। ଯଦି କୌଣସି ପରୀକ୍ଷାର୍ଥୀ ଯୁକ୍ତିଯୁକ୍ତ କାରଣବଶତଃ ଇଣ୍ଟରନାଲ ଆସେସ୍ମେଣ୍ଟରେ ସାମିଲ ହୋଇ ପାରୁନାହାନ୍ତି ସେମାନେ ଜାନୁଆରି ୧୦ରୁ ୧୬ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଇଣ୍ଟରନାଲ ଆସେସ୍ମେଣ୍ଟରେ ଅଂଶଗ୍ରହଣ କରିପାରିବେ।
Comments ସମସ୍ତ ମତାମତ