ମୁଖ୍ୟ ଖବର
ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ(ଦ୍ୱାଦଶ ଶ୍ରେଣୀ) ପରୀକ୍ଷା ଆରମ୍ଭ ହେବ । ଏନେଇ ଗତ ୩ ତାରିଖରେ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) । ମାର୍ଚ୍ଚ ୧୧ରେ ଥିବା କଳା, ବିଜ୍ଞାନ, ବାଣିଜ୍ୟର ହିନ୍ଦୀ, ବଙ୍ଗାଳୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ, ଅଲଟର୍ନେଟିଭ୍ ଇଂରାଜୀ ପରୀକ୍ଷା(ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର)କୁ ଘୁଞ୍ଚାଇ ମାର୍ଚ୍ଚ ୨୩ ତାରିଖରେ କରାଯାଇଛି । ସେହିପରି ମାର୍ଚ୍ଚ ୨୧ ତାରିଖରେ ହେବାକୁ ଥିବା କଳା ବିଭାଗର ଦର୍ଶନଶାସ୍ତ୍ର ଓ ବାଣିଜ୍ୟର ଆକାଉଣ୍ଟାନ୍ସି ପରୀକ୍ଷାକୁ ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ସେହିପରି ଧନ୍ଦାମୂଳକ ଶିକ୍ଷାର ଥିବା ଟ୍ରେଡ୍ ବିଷୟ ପେପର-୪, ଆକାଉଣ୍ଟିଂ ଆଣ୍ଡ୍ ଅଡଟିଂ, ଟାକ୍ସ ଆସିଷ୍ଟାଣ୍ଟ ଏବଂ ଟେକ୍ସଟାଇଲ୍ ଡିଜାଇନିଂର ପରୀକ୍ଷା ମାର୍ଚ୍ଚ ୨୧ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୨୫ ତାରିଖରେ ହେବ । ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସିଏଚ୍ଏସ୍ଇର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା କହିଛନ୍ତି, ପିଲାଙ୍କ ଅନୁରୋଧ କ୍ରମେ ମାର୍ଚ୍ଚ ୧୧ ତାରିଖ ପରୀକ୍ଷାକୁ ୨୩ ତାରିଖ କରାଯାଇଛି । ସେହିପରି ମାର୍ଚ୍ଚ ୨୧ରେ ଇଦ୍ ଉଲ୍ ଫିଦର ଛୁଟି ପଡ଼ୁଥିବାରୁ ଏହି ଦିନ ଥିବା ପରୀକ୍ଷାକୁ ଘୁଞ୍ଚାଇ ୨୫ ତାରିଖକୁ ରଖାଯାଇଛି ।
Comments ସମସ୍ତ ମତାମତ