Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁକ୍ତ୨ ନାମଲେଖା: ତୃତୀୟ ପର୍ଯ୍ୟାୟରେ ୧୦,୧୫୮ ଛାତ୍ରୀଛାତ୍ର ମନୋନୀତ

    Share on :
    ajab-Image
    Date: Nov 5, 2026    Views: 3157

    ଭୁବନେଶ୍ୱର: ଯୁକ୍ତ୨ ନାମଲେଖାର ତୃତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ୧୦,୧୫୮ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦,୫୦୨ଜଣ ଆବେଦନ କରିଥିଲେ। ଚୟନ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ କଳା ବିଭାଗରେ ସର୍ବାଧିକ ୬,୦୯୮ ଜଣ ଥିବାବେଳେ ବିଜ୍ଞାନରେ ୨,୩୮୪, ସଂସ୍କୃତରେ ୧,୦୦୦, ବାଣିଜ୍ୟରେ ୫୦୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୭୦ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୫,୨୮୮ ଜଣ ଛାତ୍ର ଏବଂ ୪,୮୭୦ ଜଣ ଛାତ୍ରୀ ରହିଛନ୍ତି। ସେହିପରି ୧୦,୧୫୮ ଜଣଙ୍କ ମଧ୍ୟରୁ ୪,୬୬୯ ଜଣ ପ୍ରଥମ ପସନ୍ଦର ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ମନୋନୀତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook