ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଖାତା ଦେଖା । ପ୍ରଥମ ପର୍ୟ୍ୟାୟରେ ୧୫୧ଟି କେନ୍ଦ୍ରରେ ନିୟୋଜିତ ୮୨୫୮ ଜଣ ଅଧ୍ୟାପକ ଖାତା ଦେଖିଛନ୍ତି । ପ୍ରଥମ ଦିନରେ ଖାତା ଦେଖାରେ ନିୟୋଜିତ ସବୁ ଅଧ୍ୟାପକ ୫ଟି ଲେଖାଏଁ ଖାତା ଦେଖିଛନ୍ତି ବୋଲି ସିଏଚ୍ଏସ୍ଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ମୋଟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଦୁଇଟି ପର୍ୟ୍ୟାୟରେ ଖାତା ଦେଖା ଆରମ୍ଭ ହେବ । ମୋଟ ୨୫ ଲକ୍ଷ ଖାତା ଦେଖା ହେବ । ଏଥିପାଇଁ ମୋଟ ୧୬ ହଜାର ୪୯୪ଜଣ ଅଧ୍ୟାପକ ନିୟୋଜିତ ହେବେ । ଉଭୟ ଅନ୍ଲାଇନ ଓ ଅଫ୍ଲାଇନରେ ଖାତା ଦେଖା ହେବ । ୧୩ ତାରିଖ ଯାଏ ପ୍ରଥମ ପର୍ୟ୍ୟାୟରେ ଖାତା ଦେଖା ହେବ । ଅନ୍ଲାଇନ ଖାତା ଦେଖା ୭୫ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ।
ଏଥିପାଇଁ ୩୫୭୪ଜଣ ଅଧ୍ୟାପକ ନିୟୋଜିତ ହେବେ । ୭୬ଟି କେନ୍ଦ୍ରରେ ଅଫଲାଇନ୍ ଖାତା ଦେଖା ହେବ । ଏଥିରେ ୪୬୮୪ ଜଣ ଶିକ୍ଷକ ନିୟୋଜିତ ହେବ । ଏପ୍ରିଲ୍ ୧୫ରୁ ୨୬ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଖାତା ଦେଖା ହେବ । ୭୫ଟି କେନ୍ଦ୍ରରେ ହେବାକୁ ଥିବା ଅଲ୍ଲାଇନ ଖାତା ଦେଖା ପାଇଁ ୪୧୭୮ଜଣ ଅଧ୍ୟାପକ ନିୟୋଜିତ ହେବେ । ୭୬ଟି କେନ୍ଦ୍ରରେ ଅଫ୍ଲାଇନ ଖାତା ଦେଖା ପାଇଁ ୪୦୫୮ଜଣ ଅଧ୍ୟାପକ ନିୟୋଜିତ ହେବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି ।
Comments ସମସ୍ତ ମତାମତ