Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ

    Share on :
    ajab-Image
    Date: Dec 3, 2025    Views: 3377

    ଭୁବନେଶ୍ୱର : ବୁଧବାର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇବ । କେଉଁ ଦିନ କେଉଁ ପରୀକ୍ଷା ହେବ ତାହାର କାର୍ୟ୍ୟ ସୂଚୀ ବାହାରିବ।

    ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ମୋଟ ୪ ଲକ୍ଷରୁ ଅଧିକ ପିଲା ଫର୍ମ ପୂରଣ କରିଛନ୍ତି । ଆଜି ସିଏଚ୍ଏସ୍ଇ ଏକ କମିଟିର ବୈଠକ ଅନୁଷ୍ଠିତ ହେବ । ଏହି କମିଟିର ବୈଠକରେ ସିଏଚ୍ଏସ୍ଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀକୁ ଅନୁମୋଦନ ମିଳିବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରୀ ମାସରୁ ହିଁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ ।

    Maximum 500 characters

    ତାଜା ଖବର View all

    Find Us on Facebook