Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

    Share on :
    ajab-Image
    Date: Jul 27, 2026    Views: 3483

    ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିଲେ ମଧ୍ୟ ପ୍ରଥମ ଦୁଇଟି ରାଉଣ୍ଡ୍‌ରେ ନାମଲେଖା ସମ୍ପନ୍ନ କରିଥିବା ଛାତ୍ରୀଛାତ୍ର ପ୍ରଥମ ଦିନରୁ ନିୟମିତ ଶ୍ରେଣୀରେ ଯୋଗଦେବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପାଠପଢ଼ା ଆରମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ପ୍ରଥମ ଦିନରୁ ନିୟମିତ ଉପସ୍ଥାନ ଓ ଶ୍ରେଣୀଗୃହରେ ସକ୍ରିୟ ଅଂଶଗ୍ରହଣ କରିବାକୁ ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି।

    ଚଳିତ ଶିକ୍ଷାବର୍ଷ ରାଜ୍ୟର ୧୦୫୫ଟି ମହାବିଦ୍ୟାଳୟରେ ପ୍ରାୟ ୨ ଲକ୍ଷ ୮୭ ହଜାର +୩ ସିଟ୍‌ ଉପଲବ୍ଧ ଥିବାବେଳେ ୨ ଲକ୍ଷ ୩୭ ହଜାର ୨୦୦ ଜଣ ଛାତ୍ରୀଛାତ୍ର ନାମଲେଖା ପାଇଁ ଆବେଦନ କରିଛନ୍ତି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ସମ୍ପନ୍ନ ହୋଇଥିବାବେଳେ ଆସନ୍ତା ୨୯ ଜୁଲାଇରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପ୍ରକ୍ରିୟା ସହିତ ନିୟମିତ ଶିକ୍ଷାଦାନକୁ ସମାନ୍ତରାଳ ଭାବେ ଆଗେଇ ନେବାକୁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେଇଥିବାରୁ ପ୍ରଥମ ଦିନରୁ ଶିକ୍ଷାବର୍ଷ ସୁଚାରୁ ଭାବେ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook