ମୁଖ୍ୟ ଖବର
ଭୁବନେଶ୍ୱର: ଗାଁ, ସହର ନିର୍ବିଶେଷରେ ବିଶ୍ୱର କୋଣ ଅନୁକୋଣରେ ଅନ୍ୟତମ ଲୋକପ୍ରିୟ ଖେଳ ତାସରେ ବ୍ୟବହୃତ ବାଉନ ପତା ବିଶିଷ୍ଟ ଗୋଟିଏ ମୁଠାରେ ଏତେ ବିବିଧତା ରହିଛି ଯେ ତାହା ଯାଦୁ କଲା ଭଳି ଖେଳାଳିଙ୍କର ଭୋକଶୋଷ ଭୁଲିଯାଆନ୍ତି । ଏହି ୫୨ଟି ପତା ମଧ୍ୟରେ ଏକ ଠାରୁ ଆରମ୍ଭ କରି ତେର ପର୍ଯ୍ୟନ୍ତ ଚାରି ପ୍ରକାର ଘର ଯଥା କଳାପାନ, ନାଲିପାନ, ଠିକିରି ଓ ଚିଡିଆ ପରି ତେରଟି ଲେଖାଏ ପତା ରହିଥାଏ । ଦୁଇ ଠାରୁ ଦଶ ସଂଖ୍ୟା ଯାଏ ରହିଥିବା ବିଭିନ୍ନ ଘରର ନଅଟି ପତାରେ ସେହି ଘରର ସଂପୃକ୍ତ ସଂଖ୍ୟା ସଂଖ୍ୟାକ କ୍ଷୁଦ୍ର ପ୍ରତିକୃତି ରହିଥାଏ । ଅପରପକ୍ଷେ, ୧ ସଂଖ୍ୟାକୁ ଟୀକା ,୧୧ସଂଖ୍ୟାକୁ ଗୋଲାମ ,୧୨ ସଂଖ୍ୟାକୁ ରାଣୀ ଓ ୧୩ ସଂଖ୍ୟାକୁ ରାଜା କୁହାଯାଏ । ସେଥିରେ ଆଉ ନିର୍ଦ୍ଧିଷ୍ଟ ସଂଖ୍ୟକ ଘରର ପ୍ରତିକୃତି ନଥାଇ ଯଥାକ୍ରମେ ଇଂରାଜୀ ଅକ୍ଷର ଦ୍ୱାରା ଚିହ୍ନିତ ହୋଇଥା’ନ୍ତି ।
ଆନ୍ତର୍ଜାତିକ ଖେଳରେ ଟୀକା ସବୁଠୁ ଶକ୍ତିଶାଳୀ ହୋଇଥିବା ବେଳେ ଆଞ୍ଚଳିକ ଖେଳରେ କେଉଠିଁ ଗୋଲାମ ତ କେଉଁଠି ରାଣୀ ଓ କେଉଁଠି ରାଜା ଶକ୍ତିଶାଳୀ ଥାଆନ୍ତି । ତେବେ ରୋଚକ କଥା ହେଲା, ତାସମୁଠାରେ ଏହି ରାଜାମାନେ ଇତିହାସ ପ୍ରସିଦ୍ଧ ସମ୍ରାଟମାନଙ୍କୁ ପ୍ରତିନିଧିତ୍ୱ କତୁଥିବା ଜଣାଯାଏ । ସାମାନଙ୍କ ମଧ୍ୟରୁ କଳାପାନ ଘର ପାଇଁ ଇସ୍ରାଏଲ ସାମ୍ରାଜ୍ୟର ପ୍ରତିଷ୍ଠାତା ରାଜା ଡେଭିଡ୍, ନାଲିପାନ ପାଇଁ ରୋମାନ୍ ସାମ୍ରାଜ୍ୟର ପ୍ରତିଷ୍ଠାତା ଚାର୍ଲେମାନ, ଠିକିରି ପାଇଁ ଜୁଲିସେ ସିଜର ଓ ଚିଡିଆ ପାଇଁ ସମ୍ରାଟ ଆଲେକଜାଣ୍ଡାର ରହିଥା’ନ୍ତି ।
Comments ସମସ୍ତ ମତାମତ