Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପ୍ଲାଷ୍ଟିକ ଆବର୍ଜନାରେ ନିର୍ମାଣ ରାସ୍ତା

    Share on :
    ajab-Image
    Date: Mar 4, 2021    Views: 2588

    କେରଳର ବିଭିନ୍ନ ଅଞ୍ଚଳରେ ସରକାର ଏବଂ ସର୍ବସାଧାରଣଙ୍କର ମିଳିତ ଉଦ୍ୟମରେ ୨୪୬ କିମି ଲମ୍ବର ରାସ୍ତା ନିର୍ମାଣ ହୋଇଛି । ଏହି ରାସ୍ତାର ମୁଖ୍ୟ ବିଶେଷତ୍ୱ ହେଉଛି ଏଥିରେ ବ୍ୟବହାର କରାଯାଇଛି ୯୭୦୦ ଟନ ପ୍ଲାଷ୍ଟିକ ଆବର୍ଜନା । ମୁଖ୍ୟତଃ ସେହି ଆବର୍ଜନାର ଯାହାକୁ ପୁନଃ ବ୍ୟବହାର ଉପଯୋଗୀ କରାଯାଇପାରିବ ନାହିଁ । ପରିବେଶ ଅନୁକୂଳ ଏହି କାର୍ଯ୍ୟରେ ବିଭିନ୍ନ ସ୍ୱୟଂ ସେବକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିବା ପ୍ରକାଶ । ସଦସ୍ୟା ମହିଳାମାନେ ହିଁ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରିବା ଏବଂ ତାହାକୁ ଯନ୍ତ୍ରରେ କାଟି ଖଣ୍ଡ ଖଣ୍ଡ କରିବା ତଥା ଗୁଣ୍ଡ କରିବା କାର୍ଯ୍ୟରେ ନିୟୋଜିତ । ଏଥିପାଇଁ ସେମାନେ ଏପରିକି ଘର ଘର ବୁଲୁଛନ୍ତି । ବିଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟ ପାଇଁ ପ୍ଲାଷ୍ଟିକ ସ୍ରେଡିଂ ମେସିନ ବସାଯାଇଛି । ଗୋଟିଏ ଗୋଟିଏ ମେସିନରେ ଦୈନିକ ପାଞ୍ଚ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପ୍ଲାଷ୍ଟିକ ଖଣ୍ଡ ଖଣ୍ଡ କରାଯାଉଛି । ଗୁଣ୍ଡ ମଧ୍ୟ କରାଯାଉଛି । ଏହାକୁ କିଲୋଗ୍ରାମ ପିଛା କୋଡିଏ ଟଙ୍କା ମୂଲ୍ୟରେ ସରକାରୀ ସଡକ ନିର୍ମାଣ ବିଭାଗ କିଣୁଛି । ଏହାକୁ ବିଟୁମେନ ସହ ମିଶାଇ ସଡ଼କ ନିର୍ମାଣରେ ବ୍ୟବହାର କରାଯାଉଛି । ଏଭଳି ସଡ଼କକୁ କୁହାଯାଉଛି ‘ପଲିମରାଇଜଡ ରୋଡ’ । ଏର୍ଣ୍ଣାକୁଲମର ରାଜଗିରି କଲେଜ ହତାରେ ରାଜ୍ୟର ପ୍ରଥମ ଥର ପାଇଁ ପଲିମରାଇଜଡ ରୋଡ ତିଆରି କରାଯାଇଥିଲା ।

    Maximum 500 characters

    ବିଶେଷ View all

    Find Us on Facebook