ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ ଜାରି କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି । ଏହି ନୋଟ୍ ଗୁଡିକର ଫିଲ୍ଡ ଟ୍ରାଏଲ ନେଇ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇଥିଲା । ପରୀକ୍ଷଣ ସଫଳ ହେବା ପରେ ଉଭୟ ନୋଟ୍ ଗୁଡିକୁ ନିୟମିତ ଭାବେ ଜାରି କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
ଆରବିଆଇ ମୁତାବକ, ପ୍ଲାଷ୍ଟିକ ନୋଟ୍ ଗୁଡିକୁ ଏବେ କାଗଜ ନୋଟ୍ ସହ ଜାରି କରାଯିବ । ଦେଶର ମୁଦ୍ରା ପରିଚାଳନା କ୍ଷେତ୍ରରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଏହାକୁ ସାରା ଦେଶରେ ଲାଗୁ କରାଯିବ ନାହିଁ । ସେହିଭଳି କେବେ ଠାରୁ ଏହା ବଜାରକୁ ଆସିବ ସେ ନେଇ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା ହୋଇନାହିଁ । ଏ ନେଇ ପ୍ରୋକ୍ୟୋରମେଣ୍ଟ କାର୍ଯ୍ୟକ୍ରମ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଏବେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ହେଉଛି । ଏହା ୨୦୨୩-୨୪ରେ ୫.୪% ଥିବା ବେଳେ ୨୦୨୪-୨୫ରେ ୪.୬% ଏବଂ ୨୦୨୫ ୨୬ରେ ୨.୧% ରହିଥିଲା । ୨୦୨୬-୨୭ ପ୍ରଥମ ତ୍ରୈମାସରେ ମୁଦ୍ରାସ୍ଫୀତି ୩.୯%କୁ ବଢ଼ିଛି । ଏଲିନିନୋ ଏବଂ ଯୁଦ୍ଧ ଯୋଗୁ ଏହା ମୁଦ୍ରାସ୍ଫୀତି ଚାପକୁ ବଢ଼ାଇଛି । ପରୋକ୍ଷ ଟିକସ ହ୍ରାସ ଯୋଗୁ ଏହା ଚାହିଦା ବୃଦ୍ଧିରେ ସହାୟକ ହୋଇଛି ।
Comments ସମସ୍ତ ମତାମତ