ମୁଖ୍ୟ ଖବର
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ଲାଜମା ବ୍ୟାଙ୍କ କରାଯିବ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ଖୁବ୍ ଶୀଘ୍ର ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜେରିୱାଲ ଏକ ଅନଲାଇକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି । ଆସନ୍ତା ୨ ଦିନ ମଧ୍ୟରେ ଏହି ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି କେଜେରିୱାଲ କହିଛନ୍ତି । ଯେଉଁମାନେ କରୋନାରୁ ସୁସ୍ଥ ହୋଇଚନ୍ତି ସେମାନେ ପ୍ଲାଜମା ଦେବା ପାଇଁ ସରକାର ଅନୁରୋଧ କରିଛନ୍ତି । ଦିଲ୍ଲୀ ସରକାର ଏଯାବତ ୨୯ କୋଭିଡ ରୋଗୀଙ୍କ ଠାରେ ପ୍ଲାଜମା କ୍ଲିନିକାଲ ପରୀକ୍ଷା କରିଛନ୍ତି ଏବଂ ଏହାର ଫଳାଫଳ ମଧ୍ୟ ଖୁବ୍ ଭଲ ଆସିଛି ବୋଲି କେଜେରିୱାଲ କହିଛନ୍ତି । ବ୍ଲଡ ବ୍ୟାଙ୍କ ପରି ପ୍ଲାଜମା ବ୍ୟାଙ୍କ କାମ କରିବ ଏବଂ ଦକ୍ଷିଣ ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରେ ଏହା ପ୍ରତିଷ୍ଠା ହେବ । ରୋଗୀମାନଙ୍କ ମଧ୍ୟରେ ପ୍ଲାଜମା ଥେରାପିର ଆବଶ୍ୟକତା ବଢ଼ିଛି । ଦିଲ୍ଲୀରେ ମଧ୍ୟ ପ୍ରଥମେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ପ୍ଲାଜମା ଥେରାପିର ସଫଳତାକୁ ନଜରରେ ରଖି ଦିଲ୍ଲୀରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ହୋଇଛି ।
Comments ସମସ୍ତ ମତାମତ