Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶାଳେଶ୍ୱର କ୍ଲବ ତରଫରୁ ବୃକ୍ଷରୋପଣ

    Share on :
    ajab-Image
    Date: Jun 29, 2026    Views: 2683

    ନିମାପଡ଼ା: ରବିବାର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ହରିପୁର ପଞ୍ଚାୟତ ଅନ୍ତର୍ଗତ ଶାଳଜଙ୍ଗ ଗ୍ରାମରେ ଶାଳେଶ୍ୱର କ୍ଲବ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।  ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ ପରିଡ଼ା, ସୁନୀଲ କୁମାର ରଥ, ଲିପନ ମହାନ୍ତି, ଲମ୍ବୋଦର ପରିଡ଼ା, ଶ୍ରାବଣ ମହାପାତ୍ର, ଗୋପାଳ ନାୟକ, ପ୍ରକାଶ ପ୍ରଧାନ, ଗିରିଜାପ୍ରସାଦ ରଥଙ୍କ ସମେତ ଜିତ, କ୍ରୀସ୍, ଅଂଶୁ, ଓମ୍, କାଳିଆ, ରିତେଶ, ବବଲୁ, କାହ୍ନା, ମଦନ ଓ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ । 
    ଏଠାରେ ଉଲ୍ଲେଖ ଯୋଗ୍ୟ ପୂର୍ବରୁ ବୃକ୍ଷରୋପଣ ସ୍ଥାନରେ ବହୁ ଗଛ ରହିଥିଲା ।  ହେଲେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଗଛଗୁଡ଼ିକ କାଟିଦିଆଯାଇଛି । ତେବେ ପୁଣି ଉକ୍ତ ସ୍ଥାନରେ ବୃକ୍ଷରୋପଣ କରି ଶାଳେଶ୍ୱର କ୍ଲବ ସଦସ୍ୟମାନେ ପରିବେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook