ମୁଖ୍ୟ ଖବର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ସାରା ରାଜ୍ୟରେ ଲାଗିଛି ରେକର୍ଡ ସଂଖ୍ୟକ ଗଛ । ଦିନକ ମଧ୍ୟରେ ଲଗାଯାଇଛି ବିଭିନ୍ନ ପ୍ରଜାତିର ୧,୪୯,୧୧,୩୩୯ ଗଛ । ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସରେ ୭୫ ଲକ୍ଷ ଗଛ ଲଗାଇବାର ଧାର୍ଯ୍ୟ ଲକ୍ଷ୍ୟରୁ ପ୍ରାୟ ଦୁଇ ଗୁଣ ଗଛ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୪, ୨୧, ୬୧୮ ଗଛ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ଗଛ ଲଗାଇ ମଧ୍ୟପ୍ରଦେଶରକୁ ଟପି ଗିନିଜ ବୁକ୍ସ ଅଫ ରେକର୍ଡରେ ସାମିଲ ହୋଇଛି ଓଡିଶା । ଫଳରେ ଓଡିଶା ସ୍ଥାପନ କରିଛି ନୂଆ ବିଶ୍ୱକୀର୍ତ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏକ ସଶ୍ରଦ୍ଧ ଉପହାର ଦେବା ପାଇଁ ପରିକଳ୍ପନାକୁ ରକ୍ଷା କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ ତମ ଜନ୍ମଦିବସରେ ଓଡିଶା ଦେଇଛି ଅନ୍ୟାନ୍ୟ ଉପହାର । ଉପହାର ସ୍ୱରୂପ ‘ଏକ ପେଡ୍ ମା କେ ନାମ୍ ୨.୦’ ଯୋଜନା ଅଧୀନରେ ଗୋଟିଏ ଦିନରେ ସାରା ରାଜ୍ୟରେ ୭୫ ଲକ୍ଷରୁ ଉର୍ଦ୍ଧ୍ବ ଚାରା ଲଗାଇବାକୁ ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜନସାଧାରଣ, ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ସଫଳ ରୂପାୟନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ଗଛ ଲଗାଇବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାରା ରୋପଣ କାର୍ଯ୍ୟକ୍ରମ ଥିଲେ ମଧ୍ୟ ଅପରାହ୍ନ ୧.୩୩ ସୁଦ୍ଧା ୭୫ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ପୂରଣ ହୋଇଥିଲା । ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଧାର୍ଯ୍ୟ ଲକ୍ଷ୍ୟରୁ ପ୍ରାୟ ଦୁଇ ଗୁଣ ଗଛ ସାରା ରାଜ୍ୟରେ ଲାଗିଛି । ଦିନକ ମଧ୍ୟରେ ଲଗାଯାଇଛି ବିଭିନ୍ନ ପ୍ରଜାତିର ୧,୪୯,୧୧,୩୩୯ ଗଛ । ରାଜ୍ୟର ୭୧,୯୨୪ ଟି ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ସୁନ୍ଦରଗଡ଼ ଜିଲ୍ଲା ୧୪,୨୧,୬୧୮ ଚାରା ରୋପଣ ସହ ଏହି ଅଭିଯାନରେ ଶୀର୍ଷରେ ରହିଛି । କୋରାପୁଟ ୧୧,୦୧,୬୨୪ ଚାରା ରୋପଣ ସହିତ ଦ୍ଵିତୀୟ ଏବଂ କେନ୍ଦୁଝର ୧୦,୪୨,୯୨୭ ଚାରା ରୋପଣ ସହିତ ତୃତୀୟ ସ୍ଥାନରେ ରହିଛି । ମୟୁରଭଞ୍ଜ ୯,୧୭,୬୫୯ ଏବଂ ଏବଂ କଳାହାଣ୍ଡି ୭,୬୭,୫୧୦ ଚାରା ରୋପଣ ସହିତ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି କନ୍ଧମାଳରେ ୭, ୧୯, ୨୭୨, ଗଞ୍ଜାମରେ ୬, ୮୯, ୪୩୯, ଅନୁଗୁଳରେ ୫, ୭୯, ୨୩୧, ନୂଆପଡାରେ ୫, ୭୨, ୪୦୭, ରାୟଗଡାରେ ୫, ୬୬, ୯୫୭, ବାଲେଶ୍ୱରରେ ୫, ୨୮, ୩୬୯, ସମ୍ୱଲପୁରରେ ୪, ୭୪, ୮୦୦, ବଲାଙ୍ଗୀରରେ ୪, ୪୪, ୨୨୦, ବୌଦ୍ଧରେ ୪, ୧୧, ୪୧୯, ଗଜପତିରେ ୪, ୧୦, ୪୬୬, ନବରଙ୍ଗପୁରରେ ୩, ୫୯, ୯୬୫, ବରଗଡ଼ରେ ୩, ୪୬, ୨୫୯, ଜଗତସିଂହପୁରରେ ୩, ୩୭, ୫୩୭, ଯାଜପୁରରେ ୩, ୩୪, ୩୫୫, କଟକରେ ୩, ୩୧, ୮୯୭, ସୁବର୍ଣ୍ଣପୁରରେ ୩, ୩୦, ୨୬୯, ଖୋର୍ଦ୍ଧାରେ ୩, ୨୨, ୧୯୪, ଢେଙ୍କାନାଳରେ ୩, ୧୪, ୪୯୧,ପୁରୀରେ ୩, ୦୯, ୮୮୯, ଝାରସୁଗୁଡ଼ାରେ ୨, ୮୮, ୨୦୯, କେନ୍ଦ୍ରାପଡାରେ ୨, ୭୩, ୭୪୯, ଭଦ୍ରକରେ ୧, ୯୭, ୬୪୨, ନୟାଗଡରେ ୧, ୯୨, ୬୧୫, ମାଲକାନଗିରିରେ ୧, ୯୨, ୪୬୫ ଗଛ ରୋପଣ ହୋଇଛି । ୧,୩୧,୮୮୫ ଚାରା ରୋପଣ ସହିତ ଦେବଗଡ ତାଲିକାର ଶେଷରେ ରହିଛି ।
Comments ସମସ୍ତ ମତାମତ