Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ବିଜୟ ରୂପାଣିଙ୍କ ହେବ ଶେଷକୃତ୍ୟ

    Share on :
    ajab-Image
    Date: Jun 16, 2025    Views: 3530

    ନୂଆଦିଲ୍ଲୀ: ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କୀ ହେବ ଶେଷକୃତ୍ୟ । ରାଜକୋଟରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଗୁଜରାଟର ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ସୂଚନା ଦେଇଛନ୍ତି । ରୂପାଣିଙ୍କ ଅକସ୍ମିକ ବିୟୋଗ ପାଇଁ ଗୁଜରାଟ ସରକାର ସୋମବାର ଦିନିକିଆ ରାଜ୍ୟସ୍ତରୀୟ ଶୋକ ଦିବସ ଘୋଷଣା କରିଛନ୍ତି । ଆଜି ଅପରାହ୍ନରେ ୨ଟାରେ ରାଜକୋଟରେ ମୃତଦେହ ପହଞ୍ଚିବା ପରେ ଅପରାହ୍ନ ୫ଟାରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯିବ । ଗତ ଗୁରୁବାର ଦିନ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି । ଡିଏନଏ ନମୁନା ପରୀକ୍ଷା ମାଧ୍ୟମରେ ତାଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook