Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିମାନ ସହ ପିଟି ହେଲା ଟ୍ରକ୍‌: ୨ ପାଇଲଟ ମୃତ

    Share on :
    ajab-Image
    Date: Mar 23, 2026    Views: 2262

    ବିମାନ ବନ୍ଦରରେ ଘଟିଛି ବଡ଼ ଅଘଟଣ। ଏୟାର କାନାଡା ଏକ୍ସପ୍ରେସର ଗୋଟିଏ ବିମାନ ଓ ଟ୍ରକ୍‌ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା। ନ୍ୟୁୟର୍କର ଏଲାଗାର୍ଡିଆ ଏୟାରପୋର୍ଟ ରନୱେରେ ଏତେ ବଡ଼ ଘଟିଥିବା ବେଳେ ବିମାନର ୨ ଜଣ ଯାକ ପାଇଲଟ ପ୍ରାଣ ହରାଇଛନ୍ତି।ସେହିପରି ଅଗ୍ନି ନିରାପତ୍ତା ପାଇଁ ବ୍ୟବହୃତ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ର ୨ ଜଣ କର୍ମଚାରୀଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଏହାବାଦ ବିମାନରେ ଥିବା ଅନେକ ଯାତ୍ରୀ ସାମାନ୍ୟରୁ ମଧ୍ୟମ ଧରଣର ଆହତ ହୋଇଛନ୍ତି।ଏୟାରପୋର୍ଟର ୪ ନମ୍ବର ରନୱେରେ ବିମାନଟି ଅବତରଣ କରୁଥିବା ବେଳେ ନିଆଁ ଲିଭାଇବା ପାଇଁ ବ୍ୟବହୃତ ଟ୍ରକର ଇଞ୍ଜିନରେ ପିଟି ହୋଇଯାଇଥିବା ସ୍ଥାନୀୟ ଗଣମାଧ୍ୟମଗୁଡ଼ିକ ରିପୋର୍ଟ ପ୍ରକାଶ କରିଛନ୍ତି। ଘଟଣା ପରେ ସାମ୍ନାକୁ ଆସିଥିବା ଭିଡିଓରେ ଏୟାରପୋର୍ଟରେ କେମିତି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ତା’ର ଦୃଶ୍ୟ ରହିଛି।
    ଦୁର୍ଘଟଣା ଯୋଗୁ ବିମାନର ସାମ୍ନା ଭାଗଟି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ଯେ ସ୍ଥାନୀୟ ସମୟ ରାତି ୧୧.୩୮ରେ ପୂରା ଘଟଣା ଘଟିଛି। ବିମାନଟି ଲ୍ୟାଣ୍ଡିଂ କରୁଥିବା ବେଳେ ପୋର୍ଟ ଅଥୋରିଟୀ ପୁଲିସ୍ ବିଭାଗର ଗୋଟିଏ ଅଗ୍ନି ନିରାପତ୍ତା ଟ୍ରକ୍‌ ଏଥିରେ ପିଟି ହୋଇଥିଲା। ଟ୍ରକ୍‌ରେ ଥିବା ସର୍ଜେଣ୍ଟ ଓ ଜଣେ ଅଧିକାରୀ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ବିମାନ ସିଆରଜେ ୯୦୦ରେ ୪ ଜଣ କ୍ରୁଙ୍କ ସମେତ ମୋଟ ୭୨ ଜଣ ଯାତ୍ରୀ ରହିଥିଲେ। ଦୁର୍ଘଟଣାରେ ପାଇଲଟ ଓ କୋ ପାଇଲଟ ପ୍ରାଣ ହରାଇଥିବା ବେଳେ ଯାତ୍ରୀମାନଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।
    ଦୁର୍ଘଟଣା ପରେ ଆମେରିକା ଫେଡରାଲ ଆଭିଏସନ ଆଡମିନଷ୍ଟ୍ରେଟନ ଏୟାରପୋର୍ଟରେ ବିମାନ ସେବାକୁ ବାତିଲ କରିଥିଲା। ଏହି ନିର୍ଦ୍ଦେଶ ପରେ ଲାଗାର୍ଡିଆ ଏୟାରପୋର୍ଟରେ ଅବତରଣ କରିବାକୁ ଆସୁଥିବା ବିମାନଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି କିମ୍ବା ପୁଣି ନିଜ ଉଡ଼ାଣସ୍ଥଳକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି। ଏଥିସହ ଦୁର୍ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ପ୍ରକୃତରେ କେଉଁ କାରଣ ପାଇଁ ଏତେ ବଡ଼ ଘଟଣା ଘଟିଲା, ସେକଥା ସ୍ପଷ୍ଟ ହୋଇନି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook