Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟଳିଗଲା ବଡ଼ ବିମାନ ଦୁର୍ଘଟଣା

    Share on :
    ajab-Image
    Date: Feb 4, 2026    Views: 2640

    ନୂଆଦିଲ୍ଲୀ: ଟଳିଗଲା ବଡ଼ ବିମାନ ଦୁର୍ଘଟଣା , ବଞ୍ଚିଗଲା ଶହ ଶହ ଯାତ୍ରୀଙ୍କ ଜୀବନ । ମଙ୍ଗଳବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ଦୁଇଟି ବିମାନର ଡେଣା ମଧ୍ୟରେ ଧକ୍କା ହୋଇଥିଲ। । ସୌଭାଗ୍ୟବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଘଟଣା ପରେ ଉଭୟ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଛି । ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦିଆଯିବା ସହ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

    ମୁମ୍ବାଇରୁ କୋଏମ୍ବାଟୁର ଅଭିମୁଖେ ଯିବାକୁ ଥିବା ବିମାନ ଏଆଇ୨୭୩୨ ଉଡ଼ାଣ ପୂର୍ବରୁ ଟ୍ୟାକ୍ସିୱେରେ ଅପେକ୍ଷା କରିଥିଲା । ଏହି ସମୟରେ ଇଣ୍ଡିଗୋ ବିମାନର ଡେଣା ସଂସ୍ପର୍ଶରେ ଆସିଥିଲା । ତେବେ ଏଥିରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ତେବେ ବୈଷୟିକ ଯାଞ୍ଚ ପାଇଁ ଉଭୟ ବିମାନର ଉଡ଼ାଣକୁ ବାତିଲ କରିଦିଆଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook