Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମଞ୍ଚ ଛାଡିବିନି: ପୀୟୂଷ

    Share on :
    ajab-Image
    Date: Jan 9, 2026    Views: 3241

    ଭୁବନେଶ୍ୱର:  ମଞ୍ଚ ମନା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ । ସେ କହିଛନ୍ତି ମଞ୍ଚ ଛାଡିବିନି । ଯାତ୍ରା କରି ଭୁଲ ହୋଇଛି କିନ୍ତୁ ବଡ ଅପରାଧ କରିନି । କଳାକାରଙ୍କୁ ମଞ୍ଚଠୁ ଦୂରେଇ ରଖିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି । ନ୍ୟାୟପାଳିକା ଉପରେ ମୋର ଭରସା ଅଛି, ଏଯାଏଁ କୋର୍ଟ ନୋଟିସ୍‌ ପାଇନି, ପାଇବା ପରେ କହିବି । ନୋଟିସକୁ ଅପେକ୍ଷା କରିଛି । ୬ମାସର ବ୍ୟବଧାନ ପରେ ଯାତ୍ରା ସିଂହବାହିନୀ ପକ୍ଷରୁ ଚଣ୍ଡିଖୋଲଠାରେ ଆୟୋଜିତ ‘ତୁ ମୋ ବଜରଙ୍ଗୀ’ ନାଟକ ମାଧ୍ୟମରେ ମଞ୍ଚକୁ ଓହ୍ଲାଇଛନ୍ତି ପୀୟୂଷ । ହେଲେ ଏହା ପରେ ଯାତ୍ରା ସୂର୍ୟ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଏବଂ ଅଭିଯୋଗ କରିଥିଲେ ଯେ ପୀୟୂଷଙ୍କ ସହ ଜୁନ୍‌ ୨୦୨୬ ପର୍ୟ୍ୟନ୍ତ ଚୁକ୍ତି ଥିବା ସତ୍ତେ୍ୱ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି । ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ପୀୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook