Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୀୟୂଷଙ୍କୁ ଅଦାଲତୀ ଝଟକା, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ମନା

    Share on :
    ajab-Image
    Date: Jan 8, 2026    Views: 3515

    ଚର୍ଚ୍ଚିତ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅଦାଲତୀ ଝଟକା । ଅଦାଲତରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଯାତ୍ରା ମଞ୍ଚ ଚଢ଼ି ପାରିବେନି ପୀୟୂଷ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସ୍ବପ୍ନ ମହଲ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୀୟୂଷଙ୍କ ଉପରେ ରୋକ୍ ଲାଗିଛି । ପ୍ରମୋଦ ସ୍ୱାଇଁଙ୍କ ଯାତ୍ରା ପାର୍ଟି ସହ ପୀୟୂଷ ତ୍ରିପାଠୀଙ୍କର ସହ ହୋଇଥିଲା ୨ ବର୍ଷ ଚୁକ୍ତି । ଚୁକ୍ତି ଖିଲାପ କରି ପୀୟୂଷ ତ୍ରିପାଠୀ ଯାତ୍ରା ସିଂହବାହିନୀକୁ ଯାଇଥିଲେ । ଗତ ୫ ତାରିଖରେ ଯାତ୍ରା ସିଂହ ବାହିନୀ ପାର୍ଟିରେ `ତୁ ମୋ ବଜରଙ୍ଗୀ' ନାଟକରେ ଦୀର୍ଘ ଏକ ବର୍ଷ ପରେ ଯାତ୍ରା ମଞ୍ଚକୁ ଚଢ଼ିଥିଲେ ପୀୟୂଷ ।
    ସୂଚନା ଅନୁସାରେ, ବିଗତ ଦିନେ ପୀୟୂଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ସିଂହ ବାହିନୀ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କାହା ପାର୍ଟିରେ ଯାତ୍ରା କରିବେ ପୀୟୂଷ ସେନେଇ ବେଶ୍‌ କିଛି ଦିନ ବିବାଦ ହୋଇଥିଲା । ଏମିତିକି ତାଙ୍କୁ ବ୍ୟାନ୍‌ କରିବା ପର୍ଯ୍ୟନ୍ତ କଥା ଯାଇଥିଲା । ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା । ମାତ୍ର ଚୁକ୍ତି ସରି ନ ଥିଲା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ । ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ । ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ । ଆଉ ଏବେ କୋର୍ଟ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଯାତ୍ରା ମଞ୍ଚ ଚଢ଼ିପାରିବେନି ବୋଲି କହିଛନ୍ତି ।ଆଉ ଶେଷରେ ଗତ ଜାନୁଆରୀ ୫ ତାରିଖରେ ସେ ଯାତ୍ରା ସିଂହବାହିନୀ ପାର୍ଟିରେ ତୁ ମୋ ବଜରଙ୍ଗୀ ନାଟକରେ ମଞ୍ଚକୁ ଚଢ଼ିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook