ମୁଖ୍ୟ ଖବର
ପୁରୀ: ଆଜିଠୁ ଶ୍ରୀକ୍ଷେତ୍ରରେ ଅପରପକ୍ଷ ତଥା ପିତୃପକ୍ଷ ଆରମ୍ଭ ହୋଇଛି। ହିନ୍ଦୁ ପରମ୍ପରା ଅନୁଯାୟୀ ମୁଖ୍ୟତଃ ପରିବାରର ଜ୍ୟେଷ୍ଠ ପୁତ୍ରମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଓ ମାର୍କଣ୍ଡ ଆଦି ତୀର୍ଥ ପୁଷ୍କରିଣୀରେ ସାମୂହିକ ଭାବେ ତର୍ପଣ କରିବେ । ଆଜିଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପକ୍ଷ ପାଳନ ହେବ । ଆସନ୍ତା ୧୦ ତାରିଖ ଶନିବାର ମହାଳୟା ପାଳିତ ହେବ ।
ଆଜିଠୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଏହି ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବ। ବର୍ଷର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ଠାରୁ ଏହି ପକ୍ଷ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । ଏପରିକି ଗୋତ୍ର କିମ୍ବା ନାମ ଜଣାନଥିଲେ ମଧ୍ୟ ଏହି ପକ୍ଷରେ ଶ୍ରାଦ୍ଧ ଦେବାର ବିଧାନ ରହିଛି । ବିଶ୍ୱାସ ରହିଛି, ଏହି ସମୟରେ ପିତୃପୁରୁଷମାନେ ଶ୍ରାଦ୍ଧ ଓ ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ବଂଶଧରମାନେ ନିଷ୍ଠାର ସହ ତର୍ପଣ କଲେ ପିତୃଲୋକ ସନ୍ତୁଷ୍ଟ ହୋଇ ପରିବାରକୁ ସୁଖ, ସମୃଦ୍ଧି ଓ ବଂଶବୃଦ୍ଧିର ଆଶୀର୍ବାଦ ପ୍ରଦାନ କରିଥାନ୍ତି ।
Comments ସମସ୍ତ ମତାମତ