ମୁଖ୍ୟ ଖବର
ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ବୁଧବାର ଦିନ ୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛନ୍ତି କୋର୍ଟ। ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ କରିବାକୁ ପୁଲିସ ପକ୍ଷରୁ ପ୍ରସ୍ତୁତି ଚାଲିଛି।ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ଗିରଫର ସର୍ବାଧିକ ୯୦ଦିନ ମଧ୍ୟରେ ତଦନ୍ତକାରୀ ଅଧିକାରୀ କୋର୍ଟରେ ଚାର୍ଜସିଟ ଦାଖଲ ଜରୁରୀ। ଗତ ଅକ୍ଟୋବର ୬ରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଘଟଣାରେ ପୁଲିସ ମୋଟ ୧୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରଥମ ପର୍ୟ୍ୟାୟରେ ଅକ୍ଟୋବର ୨୦ତାରିଖରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିଲା ଓ ଜାନୁଆରୀ ୧୮ ତାରିଖ ସୁଦ୍ଧା ତଦନ୍ତକାରୀ ଅଧିକାରୀ ଚାର୍ଜସିଟ କୋର୍ଟରେ ଦାଖଲ କରିବା କଥା। ତା' ପୂର୍ବରୁ ଚାର୍ଜସିଟ ଦାଖଲ କରିଦେବ ବୋଲି ଆଲୋଚନା ହେଉଛି। ଏଥିପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଥିବା ଦେଖିବାକୁ ମିଳିଛି।
ଏହି ମାମଲାରେ ପୁଲିସ ବହୁ ସାକ୍ଷ୍ୟଙ୍କୁ ଯୋଗାଡ କରିଥିବା ବେଳେ ସେଥିଧ୍ୟରୁ ୬ଜଣ ସାକ୍ଷ୍ୟଙ୍କର ୧୬୪ ଷ୍ଟେଟମେଣ୍ଟ ବା ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଛି। ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ କୋର୍ଟରେ ୬ ଜଣ ସାକ୍ଷୀ ସ୍ଥାନୀୟ ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିର ନୀଳମାଧବ ମିଶ୍ର, ଜଗବନ୍ଧୁ ସାହିର ରୁଦ୍ର କୁମାର ସେଠୀ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହୁଣ୍ଡତ ଗ୍ରାମର ପଞ୍ଚୁ ବେହେରା, ଦିଗପହଣ୍ଡି ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ସୁନୀଲ ଗୌଡ, ବନ୍ଥପଲ୍ଲୀର ଜୟସେନ ସ୍ବାଇଁ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ଗିରି ନରସିଂହପୁରର ଜବରଲାଲ ଦଳେଇଙ୍କ ବୟାନ ରେକର୍ଡ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ଓ
Comments ସମସ୍ତ ମତାମତ